Jump to content

ବୁହାଇବା

ଉଇକିଅଭିଧାନ‌ରୁ

ବୁହାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(କହିବା କ୍ରିୟାର ଣିଜନ୍ତ ରୂପ) —Causative of bahibā.)

୧. ବହାଇବା; ବହନ କରାଇବା —୧. To cause to carry; to cause to be carried.

(ଉ—ଇନ୍ଦ୍ର ହୋଇଲା ନୃପବର, ଋଷିଙ୍କି ବୁହାଇଲା ଭାର ଜଗନ୍ନାଥ. ଭାଗବତ)

୨. (ରଥ, ଡଙ୍ଗା) ବାହିବା; ଚାଳିତ କରାଇବା —୨. To drive; to cause to move (a cart, a boat).

(ଉ— ଲେଉଟାଇ ପୁରକୁ ବୁହାଇଲେ ରଥ କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ)

୩. ପ୍ରବାହିତ କରାଇବା —୩. To cause to flow.
୪. କ୍ଷେତ୍ରାଦିରେ ମଡ଼ାଇବା ପାଇଁ ବା ଜଳ— ଶୂନ୍ୟ କରିବା ପାଇଁ ପୁଷ୍କରିଣୀ ଆଦିରୁ ଜଳ ଉଠାଇବା — ୪. To lift water for the purpose of irrigating fields or emptying a tank; to bale out water.

[ଦ୍ରଷ୍ଟବ୍ୟ —ସଂସ୍କୃତ - ବହ୍ ଧାତୁରୁ ଓଡ଼ିଆରେ 'ବହିବା' କ୍ରିୟାକୁ ସାଧାରଣତଃ 'ବୁହାଇବା' ଓ ଣିଜନ୍ତ 'ବହାଇବା' କ୍ରିୟାକୁ ସାଧାରଣତଃ 'ବୁହାଇବା' ରୂପେ ବ୍ୟବହାର କରାଯାଏ ଓ 'ବହନ' ଶବ୍ଦର ଓଡ଼ିଆ ବିଶେଷ୍ୟ ରୂପ 'ବହା'କୁ 'ବୁହା' ରୂପେ ଓ ବିଶେଷଣ 'ବାହକ' ଓ 'ବାହିତ'କୁ 'ବୁହା' ରୂପେ ବ୍ୟବହାର କରାଯାଏ]