Jump to content

ବୃକାସୁର

ଉଇକିଅଭିଧାନ‌ରୁ

ବୃକାସୁର

ଉଚ୍ଚାରଣ

[ସମ୍ପାଦନା]

ବୃକକର୍ମା, ବୃକଦନ୍ତଅନ୍ୟରୂପ

ବିଶେଷ୍ୟ -

[ସମ୍ପାଦନା]

ବୃକ ନାମକ ଦୈତ୍ୟ; ଭସ୍ମାସୁର —A demon named Bṛuka.

(ଉ—ବୃକାସୁର ତାହା କର ନିଜ ଶିରେ ଯଥା ଦେଲା ହରି ବୋଲେ— ଭଞ୍ଜ ବୈଦେହୀଶବିଳାସ)

[ଦ୍ରଷ୍ଟବ୍ୟ —ଏ ଅସୁର କଠୋର ତପସ୍ୟା କରି ମହାଦେବଙ୍କ ଠାରୁ ବର ପାଇଲା ଯେ, ଏ ଯାହା ମୁଣ୍ଡରେ ହାତ ଦେବ ସେ ତତ୍କ୍ଷଣାତ୍ ଭସ୍ମ ହୋଇଯିବ ବର ପାଇଲାକ୍ଷଣି ବୃକାସୁର ଉକ୍ତ ବରକୁ ମହାଦେବଠାରେ ପରୀକ୍ଷା କରିବା ପାଇଁ ମହାଦେବଙ୍କୁ ଗୋଡ଼ାଇଲା ମହାଦେବ ଭୟରେ ପଳାଇଲେ ଶେଷରେ ବିଷ୍ଣୁ ନିକଟରେ ପହଙ୍କଞ୍ଚିଲାରୁ ବିଷ୍ଣୁ ଛଳନା କରି ଉକ୍ତ ରାକ୍ଷସକୁ କହିଲେ ସେ ବରର କୌଣସି ଫଳ ହେବ ନାହିଁ, ବର ଠିକ୍ କି ଅଠିକ୍, ତାହା ତୁ ନିଜ ମୁଣ୍ଡରେ ହାତକୁ ବୁଲାଇ ଦେଖ୍ ତାହା ଶୁଣି ଉକ୍ତ ରାକ୍ଷସ ନିଜ ମୁଣ୍ଡରେ ହାତ ବୁଲାଇ ଦେବାରୁ ହଠାତ୍ ମରି ଭସ୍ମରେ ପରିଣତ ହେଲା]