Jump to content

ବୃତ୍ର

ଉଇକିଅଭିଧାନ‌ରୁ

ବୃତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବୃତ୍ ଧାତୁ+କର୍ତ୍ତୃ. ର)

[ସମ୍ପାଦନା]
୧. କଶ୍ୟପ ପୁତ୍ର ଧର୍ମଶୀଳ ଦାନବ ବିଶେଷ —୧. Name of a demon.

[ଦ୍ରଷ୍ଟବ୍ୟ —ଏ ତ୍ୱଷ୍ଟାଙ୍କ ପୁତ୍ର ଏକ ଦାନବ କଥିତ ଅଛି ଯେ ଇନ୍ଦ୍ର ତ୍ୱଷ୍ଟାଙ୍କ ପୁତ୍ର ବିଶ୍ୱରୂପ ପୁରୋହିତକୁ ମାରି ପକାଇଲେ; ଏଥିରେ ପ୍ରତିଶୋଧ ନେବା ପାଇଁ ତ୍ୱଷ୍ଟା ବୃତ୍ରଙ୍କୁ ଜନ୍ମ କଲେ ବୃତ ଇନ୍ଦ୍ରହ୍କୁ ଆକ୍ରମଣ କରିବାରୁ ଇନ୍ଦ୍ର ଦେବତାମାନଙ୍କ ସହ ଇନ୍ଦ୍ରପୁରୀରେ ଲୁଚିଲେ ଓ ବିଷ୍ଣୁଙ୍କ ପରାମର୍ଶରେ ଦଧୀଚି ରୁଷିଙ୍କ ହାଡ଼ରେ ବଜ୍ର ତିଆରି କରି ବୃତ୍ର ସଙ୍ଗେ ଯୁଦ୍ଧ କଲେ ଇନ୍ଦ୍ର ବୃତ୍ରର ୨ ହାତକୁ କାଟି ଦେଲେ ଓ ବୃତ୍ର ଐରାବତ ସହିତ ଇନ୍ଦ୍ରଙ୍କୁ ଗିଳି ଦେଲା ଇନ୍ଦ୍ର ତା ପେଟକୁ ଫାଡ଼ି କରି ବାହାରିଲେ ତା ମସ୍ତକ ଛେଦନ କଲେ ଦେବୀ ଭାଗବତରେ ବୃତ୍ରାସୁରର ଉଲ୍ଲେଖ ଅଛି, କିନ୍ତୁ ତହିଁରୁ ସୂଚିତ ହୁଏ ଯେ 'ମେଘ' ଓ 'ଅନ୍ଧକାର' ସମ୍ୱନ୍ଧରେ 'ବୃତ୍ର' ଶବ୍ଦର ବ୍ୟବହାର ହୋଇଅଛି—ହିନ୍ଦୀ - ଶ

ପାର୍ସୀମାନଙ୍କ ଧର୍ମଗ୍ରନ୍ଥ ଜେନ୍ଦାବେସ୍ତାରେ ଆସୁରୀୟ (Assyrian) ଜାତିର ଦଳପତି ବେରେଥ୍ର ଆର୍ଯ୍ୟଭୂମି (Ariana)କୁ ଜନଶୂନ୍ୟ କରିବାଲାଗ ବବ୍ରୁ (babylon) ନଗରରେ ଯାଗ କରି ଅଦ୍ୱିଶୁଭନାମ୍ନୀ ଦେବୀଙ୍କୁ ଆରାଧନା କରୁଥିଲେ କିନ୍ତୁ ତହାର ଚେଷ୍ଟା ବିଫଳ ହେଲା ଓ ସେ ସବଂଶ ଇନ୍ଦ୍ରଙ୍କଦ୍ୱାରା ନିହତ ହେଲା ବୋଲି ବର୍ଣ୍ଣିତ ହୋଇଅଛି]

୨. ଶତ୍ରୁ —୨. Foe; enemy.
୩. ଅନ୍ଧାର —୩. Darkness.
୪. ପର୍ବତ ବିଶେଷ — ୪. Name of an mountain.
୫. ମେଘ — ୫. Cloud.
୬. ମନ୍ତ୍ର —୬. Vedic incantation or formula.
୭. ଶବ୍ଦ —୭. Sound; voice.