ବୃନ୍ଦାବନ
ବୃନ୍ଦାବନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - [୬ଷ୍ଠୀ ତତ୍; ବୃନ୍ଦା+ବନ; ରାଧିକାଙ୍କର କ୍ରୀଡ଼ା—ବନ]
[ସମ୍ପାଦନା]ଯମୁନା ନଦୀ କୂଳରେ ଓ ମଥୁରା ଠାରୁ ଅଳ୍ପ ଦୂରବର୍ତ୍ତୀ କ୍ଷୁଦ୍ର ନଗର —The small city of Brindaban in the district; of Muttra in united provinces.
[ଦ୍ରଷ୍ଟବ୍ୟ —ବୃନ୍ଦା ଦେବୀ ଏଠାରେ ଶ୍ରୀକୃଷ୍ଣଙ୍କୁ ପାଇବା ଆଶାରେ ତପସ୍ୟା କରିଥିଲେ ବୋଲି ଏହାର ନାମ ବୃନ୍ଦାବନ ହୋଇ ଅଛି, ଅଥବା ବୃନ୍ଦା (ରାଧା) ଏଠାରେ ଶ୍ରୀକୃଷ୍ଣଙ୍କ ସଙ୍ଗେ କ୍ରୀଡ଼ା କରିଥିଲେ ବର୍ତ୍ତମାନ ଯୁକ୍ତପ୍ରଦେଶର ମଥୁରା ଜିଲ୍ଲାର ଏହା ଗୋଟିଏ ନଗର ଅଟେ ଏହି ସ୍ଥାନର କୁଞ୍ଜବନମାନଙ୍କରେ ଓ ଯମୁନା କୂଳରେ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ନାନ କ୍ରୀଡ଼ା କରିଥିଲେ ବର୍ତ୍ତମାନ ଏଠାରେ ଅନେକ ବୈଷ୍ଣବ ଓ ବୈଷ୍ଣବୀ ତୀର୍ଥବାସ କରନ୍ତି ଏଠାରେ ଅନେକ ବିଷ୍ଣୁମନ୍ଦିର ଅଛି ପୁରାଣମାନଙ୍କରେ ବୃନ୍ଦାବନ ନାମର ଉଲ୍ଲେଖ ଅଛି ମହମ୍ମଦ ଗଜନୀ ଏ ସ୍ଥାନକୁ ଆକ୍ରମଣ କରି ଏ ସ୍ଥାନକୁ ନଷ୍ଟଭ୍ରଷ୍ଟ କରିଥିଲେ ଓ ଏଥିର ପ୍ରାଚୀନକୀର୍ତ୍ତିଚୟର ଓ ଶ୍ରୀକୃଷ୍ଣଙ୍କ ବିହାର ସ୍ଥଳମାନଙ୍କର ତିହ୍ନ ମଧ୍ୟ ଲୁପ୍ତ ହୋଇଥିଲା ଏ ସ୍ଥାନର ମାହାତ୍ମ୍ୟ କ୍ରମଶଃ ଲୁପ୍ତ ହୋଇଥିଲା ଶ୍ରୀ ଚୈତନ୍ୟଦେବ ଏ ଅଞ୍ଚଳକୁ ଆସି ପ୍ରାଚୀନ ବୃନ୍ଦାବନର ସ୍ଥାନ ନିରୁପଣ କରି ଏ ତୀର୍ଥର ମାହାତ୍ମ୍ୟକୁ ପୁନଃ ପ୍ରତିଷ୍ଠିତ କରି ଏହାର ପୂର୍ବଗୌରବକୁ ଉଦ୍ଧାର କରିଥିଲେ ଏଠାର ପ୍ରଧାନ ଦେବବିଗ୍ରହ ଗୋବିନ୍ଦଜୀଙ୍କ ମନ୍ଦୀର ପୂର୍ବେ ତ୍ରିତଳ ବିଶିଷ୍ଟ ଥିଲା କିନ୍ତୁ ମୋଗଲ ବାଦସାହାମାନଙ୍କ ଅମଳରେ ଏହାର ଉପରମହଲା ଭଙ୍ଗା ହୋଇ ବର୍ତ୍ତମାନ ଦ୍ୱିତକ ମନ୍ଦିର ରହିଅଛି ଗୋବିନ୍ଦଜୀ ଏଠାର ଜମିଦାର ଏଠାରେ ଶ୍ରୀରଙ୍ଗମନ୍ଦିର ଓ ସାହାଜୀମନ୍ଦିର, ଶ୍ରୀରଙ୍ଗମନ୍ଦିରର ଉଦ୍ୟାନ ଓ ଅନେକ କୁଞ୍ଜ ଦର୍ଶନୀୟ ବୃନ୍ଦାବନରେ ଗୋପୀମାନାଙ୍କ ପୂଜିତ ଗୋପେଶ୍ୱର ଓ କାତ୍ୟାୟନୀଙ୍କ ମନ୍ଦିର ଅଛି ଭାରତର ଅନେକ ଧନୀ ଏଠାରେ ମନ୍ଦିର, ଧର୍ମଶାଳ ଓ ସଦାବ୍ରତମାନ ସ୍ଥାପନ କରି ଅଛନ୍ତି ଯମୁନା ନଦୀ ବୃନ୍ଦାବନ ନାଗରରୁ କ୍ରମଶଃ ଦୂରକୁ ଘୁଞ୍ଚି ଯାଉଅଛି କେଶୀ ଘାଟ—ଠାରେ ପ୍ରତିଦିନ ଯମୁନା ନଦୀକୁ ଆରତି କରାଯାଏ ଶ୍ରୀକୃଷ୍ଣଙ୍କ କ୍ରୀଡ଼ୋଦ୍ୟାଳମାନଙ୍କ ସ୍ଥାନର ଯାତ୍ରୀମାନଙ୍କୁ ପଣ୍ଡାମାନେ ଦେଖାନ୍ତି ବୋଳ ଓ ଝୁଲଣ ଯାତ୍ରା ଏଠାରେ ମହା— ସମାରୋହରେ ସମ୍ପାଦିତ ହୁଏ ଏଠାରେ ଅନେକ ମୟୂର ଦେଖାଯାଆନ୍ତି]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଲୋକଙ୍କ ନାମ —୧. name given to males.
- ୨. ଦ୍ୱାଦଶ ଗୋପାଳ ମଧ୍ୟରୁ ଜଣେ —୨. One of the twelve Gopāḻas.
[ଦ୍ରଷ୍ଟବ୍ୟ —ବାରସୁତ ଦେଖ]