ବେଁକୋଳି
ଦେଖଣା
ବେଁକୋଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବେଁଏଁକୁ[କୋ]ଳି—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବେଁକୋଳି
|
ସଂସ୍କୃତ - ବଙ୍ଗନ, ବାତିଙ୍ଗଣ, ବାତିଗମ, ବୃନ୍ତାକୀ, ବୃହତୀ |
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃନ୍ତାକୀ; ବୃହୀତ; କୁଳୀ)
[ସମ୍ପାଦନା]- ୧. ଲଟା ବେଁକୋଳି —୧. A thorny creeper; Solanium Indicum; Solanium Tovirum (Haines).
[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର କଣ୍ଟକୀ ଲତା ଏହାର ଫଳ ଭେଜି ବାଇଗଣ ପରି; ପତ୍ରର ପିଠିଶିରାରେ କଣ୍ଟୀ ଥାଏ; ପତ୍ର ବାଇଗଣ ପତ୍ର ପରି, କିନ୍ତୁ ମସୃଣ ଓ ପତଳା ଏହାର ଡ଼େମ୍ଫ, ପତ୍ର ଓ ଫଳ କାଶରୋଗର ଔଷଧରେ ବ୍ୟବହୃତ ହୁଏ ଏହା ଦଶମୂଳର ଗୋଟିଏ ଉପାଦାନ ବୃହତୀତଳେ ନୋଟ୍ ଦେଖ]
- ୨. ପୁରୁଷ ଲୋକଙ୍କୁ ଦିଆଯିବା ଦାମ —୨. A name given to males.
[ଦ୍ରଷ୍ଟବ୍ୟ —କଟକ ଜିଲ୍ଲାର କୋଦିଣ୍ଡା ପ୍ରଗନ୍ନାରେ ଅରିଲୋ ଗ୍ରାମ ନିକଟରେ ଗୋଟିଏ ଦଣ୍ଡା ଅଛି ସେ ଦଣ୍ଡାର ନାମ ବେଁକୋଳି ସାହୁ ଦଣ୍ଡା ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ଯେ ବେଁକୋଳି ସାହୁ ଦଣ୍ଡାରୁ ମୁଠାଏ ମାଟି ଆଣି ତାକୁ ହାତରେ ଧରି ଶପଥ କରି ଯେ ମିଛ କହିବ ତାର ବଂଶଲୋପ ହୋଇଯିବ କଥିତ ଅଛି ଯେ ବେଁକୋଳି ସାହୁ ନାମକ ଜଣେ ବ୍ୟକ୍ତିର ଏ ଦଣ୍ଡା ଥିଲା ସେ ନିଃସନ୍ତାନ ହୋଇ ମଲା ବେଳେ କହି ଯାଇଥିଲା ଯେ, ମୁଁ ପ୍ରଭୁଙ୍କୁ ଡାକୁଛି ମୋ ବଂଶରେ କେହି ନ ରହୁ ଓ ମୋ ଦଣ୍ଡାରୁ ମାଟି ମୁଠାଏ ଧରି ଯେ ମିଛ କହିବ ତାହା ବଂଶରେ କେହି ରହିବ ନାହିଁ]