Jump to content

ବେଓଆ

ଉଇକିଅଭିଧାନ‌ରୁ

ବେଓଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ବେବା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ସ୍ତ୍ରୀ)—(କଚରିଆ) (ଫାରାସୀ - ବେବା; ତୁଳ. ସଂସ୍କୃତ - ବିଧବା)

[ସମ୍ପାଦନା]
୧. ବିଧବା —୧. Widow.
୨. ଅବୀରା ସ୍ତ୍ରୀ —୨. A childless widow.
୩. ବିଧବା ଶୂଦ୍ରାମାନଙ୍କର ଉପାଧି —୩. Title added to the names of Ṡūdra widows.

[ଦ୍ରଷ୍ଟବ୍ୟ — ଆଜିକାଲି କାଳରେ ସ୍ରୋତରେ ବ୍ରାହ୍ମଣ ଓ ଶୂଦ୍ରାଦିଙ୍କ ସ୍ତ୍ରୀମାନଙ୍କ ଉପାଧିରେ ନାନା ପରିବର୍ତ୍ତନ ଘଟୁଅଛି ଓ ଶୂଦ୍ରାମାନେ ବ୍ରାହ୍ମଣୀଙ୍କ ଉପାଧି ଆପଣା ନାମରେ ଯୋଗ କରୁଥିବାର ଦେଖାଯାଏ; କିନ୍ତୁ ଏଥିପୂର୍ବରୁ ସଧବା ବ୍ରାହ୍ମଣୀମାନଙ୍କୁ ଶ୍ରୀମତୀ ବା ଶ୍ରାମତ୍ୟା ଅମୁକ ଦେବୀ, ବିଧବା ବ୍ରାହ୍ମଣୀମାନଙ୍କୁ ଶ୍ରୀମତ୍ୟା ଅମୁକ ଦେବ୍ୟା ବା ଦିବ୍ୟା; ରାଣୀମାନଙ୍କୁ ଶ୍ରମତୀ ଅମୁକ ମହାଦେଈ ବା ଦେଈ, ସଧବା ଓ ବିଧବା କରଣ ସ୍ତ୍ରୀମାନଙ୍କୁ ଶ୍ରୀମତୀ ବା ଶ୍ରୀମତ୍ୟା ଅମୁକ ଦେଈ; ସଧବା ଶୂଦ୍ରସ୍ତ୍ରୀମାନଙ୍କୁ ଶ୍ରୀମତୀ ଅମୁକ ଦାସୀ ଓ ବିଧବାଶୂଦ୍ରାଣୀମାନଙ୍କୁ ଅମୁକ ବେବା ବୋଲି ଦଲିଲ ଆଦିରେ ଲେଖାଯାଉଥିଲା; ଏବେ ବ୍ରାହ୍ମଣେତର ଜାତୀୟା ସ୍ତ୍ରୀମାନଙ୍କଠାରୁ ଦେଈ, ଦାସୀ, ବେବା ଆଦି ଉଠିଯାଇ କି ବିଧବା, କି ସଧବା, କି ବିବରା, କି ସବରା, କି ଅବରା ସମସ୍ତେ ହେଲେଣି ଶ୍ରୀମତୀ ଅମୁକ ଦେବୀ ]