ବେଣା
ଦେଖଣା
ବେଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବୀରଣ; ଚେରର ସଂସ୍କୃତ - ନାମ. ଉଶୀର)
[ସମ୍ପାଦନା]ସୁଗନ୍ଧ ଯୁକ୍ତ ତୃଣବିଶେଷ; ଉଶୀର —A kind of grass; khukhus, Andro pogen Squarrosus; Andropogen Muricatus.
[ଦ୍ରଷ୍ଟବ୍ୟ —ଏଥିରେ ଘର ଛପର ହୁଏ ଏହାର ମୂଳଦ୍ୱାରା ସୁଗନ୍ଧଦ୍ରବ୍ୟମାନ ପ୍ରସ୍ତୁତ ହୁଏ ଓ ଚେରରେ ତାଟି ହୁଏ ଏହାର ମୂଳ ଔଷଧରେ ମଧ୍ୟ ବ୍ୟବହୃତ ହୁଏ ଏହା ପଡ଼ିଆ, ବିଲ ଓ ନଈ ବାଲି ଆଦି ସ୍ଥାନରେ ଜନ୍ମେ ଏ ବୁଦା ଏପରି ଚେମଡ଼ା ଯେ ଏହାକୁ ନିର୍ମୂଳ କରିବା କଠିନ ଏ ବୁଦା ଘନା ହୋଇ ମୂଳରୁ ଅନେକ କୁଆଁ ମାରି ବଢେ ବୈଦଶାସ୍ତ୍ରମତରେ ଏକ ପାଚକ; ଶୀତବୀର୍ଯ୍ୟ, ସ୍ଚମ୍ଭନକାରକ, ଲଘୁ ଓ ମଧୁର ଚିକ୍ତ ରସ; ଏହା ଜ୍ୱର, ବମନ, ମତ୍ତତା, କଫ, ପିତ୍ତ,ତୃଷ୍ଣା, ରକ୍ତଦୋଷ, ବିଷ, ବିସର୍ପ, ମୃତକୃଚ୍ଛ୍ର, ଦାହ ଓ ବ୍ରଣନାଶକ]