Jump to content

ବେଣାଚେର

ଉଇକିଅଭିଧାନ‌ରୁ

ବେଣାଚେର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବେଣା ଘାସର ତନମ୍ତୁମୟ ସୂକ୍ଷ୍ମଚେର — ୧. The fibrous root of beṇā grass.

[ଦ୍ରଷ୍ଟବ୍ୟ —ଏଥିରେ ତାଟି ତିଆରି କରି ସେ ତାଟିରେ ପାଣି ଛିଞ୍ଚିଲେ ସେଥିରୁ ଗୋଟିଏ ମନୋମୋହକର ଗନ୍ଧ ବାୟୂକୁ ସୁବାସିତ କରେ

ଏଥିପାଇଁ ଲୋକେ ଏଥିରେ ମଧ୍ୟ ବିଚଣା ବୁଣି ସେଥିରେ ପାଣି ଛିଞ୍ଚି ହୁଅନ୍ତି ବେଣାଚେରକୁ ବାଟି ଦେହରେ ବୋଳି ହେଲେ ଦେହ ଥଣ୍ଡା ଲାଗେ ଓ ତାପ ନାଶ ହୁଏ ବୋଲି ସଉକୀ, ବିରହୀ, ବିରହିଣୀ ଓ ବକିମାନେ କହନ୍ତି ବେଣାଚେରକୁ ଛୋଟ ଛୋଟ ବିଡ଼ା ବାନ୍ଧି ସ୍ତ୍ରୀ ଲୋକମାନେ ଅଳଙ୍କାର ମାଜିବାପାଇଁ 'ମଜାମୁଠା' କରନ୍ତି ବେଣାଚେରରୁ ନାନା ସୁଗନ୍ଧ ଓ ଅତଚର ତିଆରି ହୁଏ ବୈଦ୍ୟଶାସ୍ତ୍ର ମତରେ ଏହା ପାଚକ, ଶୀତବର୍ଯ୍ୟ, ସ୍ତମ୍ଭନକାରକ, ଲଘୁ ଓ ତିକ୍ତ— ମଧୁର ଏହା ଜ୍ୱର, ବମି, କଫ, ପିତ୍ତ, ତୃଷ୍ଣା, ରକ୍ତଦୋଷ, ବିଷଦୋଷ, ବିସର୍ପ, ଦାହ, ମୂତ୍ରକୁଚ୍ଛ୍ର, ଓ ବ୍ରଣ ନାଶକ— ଦ୍ରବ୍ୟଗୁଣ] 
୨. ବଣିଆମାନେ ଓ ସ୍ତ୍ରୀଲୋକମାନେ ଅଳଙଅକାର ସଫା କରିବା ଲାଗି ବେଣାଚରରେ କ୍ଷୁଦ୍ର ଗୁଛରେ ଯେଉଁ ମୁଠା ତିୟାରି କରନ୍ତି —୨. A brush made of the fibrous roots of Beṇā grass, for cleansing ornament.