Jump to content

ବେଣାଟିଆ ଚଷା

ଉଇକିଅଭିଧାନ‌ରୁ

ବେଣାଟିଆ ଚଷା

ଉଚ୍ଚାରଣ

[ସମ୍ପାଦନା]

[ବେଣା(ଣେ)ଇତ ଓଡ଼—ଅନ୍ୟରୂପ]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଚଷାଙ୍କର ଶାଖାବିଶେଷ — A sect of Chashās.

[ଦ୍ରଷ୍ଟବ୍ୟ —ପୂର୍ବେ କଳିଙ୍ଗ (ପ୍ରାଚୀନ ଉତ୍କଳ)ରେ ଅନାର୍ଯ୍ୟମାନେ ବାସ କରିଥିଲେ; କଳିଙ୍ଗରାଜ୍ୟ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ବିସ୍ତୃତ ଥିଲା ପ୍ରଥମେ ଦଳେ ଆର୍ଯ୍ୟ ଆସି ଅନାର୍ଯ୍ୟମାନଙଅକ ସହିତ ବାସ କଲେ ଏମାନେ ବାସ୍ତବିକ କ୍ଷତ୍ରିୟ ଥିଲେହେଁ ଅନାର୍ଯ୍ୟଙ୍କ ସଂଶ୍ରବରେ ଆସି ପତିତ କ୍ଷତ୍ରିୟରୂପେ ପରିଚିତ ହେଲେ ମନୁ ସଂହିତାରେ ଏହି ପତିତ କ୍ଷତ୍ରିୟଙ୍କ ନାମରେ ଉଲ୍ଲେଖ ଅଛି ଏମାନେହିଁ ଓଡ଼୍ର ଏମାନେ ଖୁବ୍ ବଳିଷ୍ଠ ଓ ଯୁଦ୍ଧ ପ୍ରୟ ଥିଲେ ଏମାନଙ୍କ ଆକ୍ରମଣରେ ଅନାର୍ଯ୍ୟମାନେ ବନପର୍ବତେର ଆଶ୍ରୟ ନେଲେ ଏବଂ ଉଡ଼୍ର ମାନେ କଳିଙ୍ଗର ସର୍ବଞ୍ଚଳରେ ଚାଷ ବାସ କରି ରହିଲେ କାଳ କ୍ରମେ ଆଉ ଦଳେ ଆର୍ଯ୍ୟ ଆସି ଏହି ଉଡ୍ର ମାନଙ୍କୁ କଳିଙ୍ଗର ପଶ୍ଚିମାଞ୍ଚଳ (ଗଞ୍ଜାମ, ଜୟପୁରମାଳ)କୁ ତଡ଼ି ଦେଲେ ଓ ନିଜେ ମଧ୍ୟ କଳିଙ୍ଗରେ ବାସ କଲେ ସମ୍ଭ ସେହି କାଳର ପଶ୍ଚିମ କଳିଙ୍ଗ ଉଡ଼୍ର ନାମରେ ପରିଚିତ ହେଲା କଳିଙ୍ଗର ରାଜାମାନେ ପ୍ରୟୋଜନ ହେଲେ ଏହି ଓଡ଼୍ରମାନଙ୍କର ଅଣାଇ ଆପଣାର ସୈନ୍ୟ(ପାଇକ) ଶ୍ରେଣୀଭୁକ୍ତ କରୁଥିଲେ ଓ ଏମାନଙ୍କୁ ଜାଗିରି ଜମି ଦେଇ ରଖାଯାଉଥିଲା ଚୈତ୍ର ବଂଶର ଅବସାନ ସମୟକୁ (ଖ୍ରୀଷ୍ଟଜନ୍ମର କିଛି କାଳ ପୂର୍ବେ) ଯେତେବେଳେ ଦକ୍ଷିଣରୁ ଆନ୍ଧ୍ରମାନେ କଳିଙ୍ଗ ଆକ୍ରମଣ କଲେ, ବୋଧ ହୁଏ , ତତ୍ କାଳିକ ଚୈତ୍ରବଂଶୀୟ ରାଜା ଏହି ଆନ୍ଧ୍ର ସେନାଙ୍କ ଗତି ରୋଧ କରିବା ପାଇଁ ଦଳେ ଓଡ଼୍ରସେନା ବନ୍ୟ ପ୍ରଦେଶରୁ ଅଣାଇ କଳିଙ୍ଗର ଦକ୍ଷିଣ ଭାଗରେ ରଖାଇଲେ ଏବଂ ସେମାନଙ୍କୁ ଜାଗିରି ଦେଲେ ଶେଷକୁ ଚୈତ୍ର ବଂଶ ଲୋପ ପାଇଲା କଳିଙ୍ଗ କେତେକାଳ ଲାଗି ଆନ୍ଧ୍ର୍ମାନଙ୍କର ବରଗତ ହେଲା ବନାୟତ (ବନବାସୀ) ଓଡ଼୍ରମାନେ କଷିକୁ ଜୀବୀକା କରି ଗଞ୍ଜାମରେ ରହିଲେ ଏମାନଙ୍କ ବଂଶଧରମାନେ ଗଞ୍ଜାମ ଖୋରଧା ଆଦି ଅଞ୍ଚଳରେ ଓଡ଼ ନାମରେ ପରିଣତ ଏମାନଙ୍କ ଉପାଧି— ପଧାନ, ବେହେରା ନାୟକ ଆଦି (ଦୈନିକ ଆଶା ୨୫\୮\୨୯: ]