Jump to content

ବେଦାଙ୍ଗ

ଉଇକିଅଭିଧାନ‌ରୁ

ବେଦାଙ୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବେଦର ଅଙ୍ଗ=ଅବୟବ)

[ସମ୍ପାଦନା]

'ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ ଓ ଜ୍ୟୋତିଷ' ଏହି ଛଅଗୋଟି ବେଦର ଅଂଶ —The ୬ parts or sciences comprised in the Vedas.

[ଦ୍ରଷ୍ଟବ୍ୟ —୧ ସ୍ୱର ବିଜ୍ଞାନ—ଯାହାଦ୍ୱାରା ବୈଦିକ ସୂକମାନେ ଉଚ୍ଚାରଣ କରି ସ୍ୱରସଂଯୋଗପୂର୍ବକ ଗାନ କରବାର ଶିକ୍ଷାଲାଭ ହୁଏ—୨ କଳ୍ପ—ସୂତ୍ରଗ୍ରନ୍ଥ; ବେଦର ବ୍ରାହ୍ମଣ ଭାଗର ସାର ତତ୍ତ୍ୱମାନ ଏଥିରେ ସୂତ୍ରାକାରରେ ଗ୍ରଥିତ ହୋଇଅଛି—୩ ବୟାକରଣ—ଶବ୍ଦ ଓ ବାକ୍ୟାଦିରଆକାର ପ୍ରକାର ଓ ପ୍ରକୃତ ପ୍ରତ୍ୟୟାଦିର ଜ୍ଞାନ ଯହିଁରୁ ହୁଏ—୪ ନିରୁକ୍ତ— ବୈଦିକ ଶବ୍ଦ ଓ ବାକ୍ୟର ଅର୍ଥ ପ୍ରତିପାଦନ ଗ୍ରନ୍ଥ—୫ ଛନ୍ଦ—'ଗାଯତ୍ରୀ, ଉଷ୍ଣିକ୍, ଅନୁଷ୍ଠୁଭ, ବହତୀ ତ୍ରିଷ୍ଟଭ୍, ଜଗତୀ' ଏହି ୭ଟି ବୈଦିକ ଛନ୍ଦ ସମ୍ୱନ୍ଧେ ଜ୍ଞାନ— ୬ ଜ୍ୟୋତିଷ—ଯଦ୍ୱାରା ସୂର୍ଯ୍ୟାଦି ଗ୍ରହଙ୍କର ଗତି, ସ୍ଥିତି, ଫଳ ଆଦିର ଜ୍ଞାନ ଲାଭ ହୁଏ]