Jump to content

ବେଭାର

ଉଇକିଅଭିଧାନ‌ରୁ

ବେଭାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟବହାର)

[ସମ୍ପାଦନା]
୧. ବ୍ୟବହାର; ଆଚରଣ — ୧. Treatment; conduct.

[ଉ—ସାକ୍ଷାତେ ଧର୍ମ ପରି ବେଭାର ସେ କଲେ—କୃଷ୍ଣସିଂହ. ମହାଭାରତ. ବନ ]

୨. ପ୍ରଥା; ଆଚାର; ରୀତି —୨. Custom; practice,

[ଉ—ଲୋକମାନଙ୍କର ବେଭାର ବିଧାନ— କୃଷ୍ଣସିଂହ. ମହାଭାରତ. ଆଦି]

୩. ସାମାଜିକ ପ୍ରଥା ଅନୁସାରେ ବନ୍ଧୁଘରକୁ ଦିଆଯିବା ଉପଢୌକନ — ୩. Social presents and gifts.
୪. ଉପଭୋଗ — ୪. Enjoyment; use.
୫. ବାଣିଜ୍ୟ; ବ୍ୟବସାୟ; ବେପାର —୫. Trade; business.
୬. ଘରର ମାମଲତ; ସାଂସାରିକ ବିଷୟ କର୍ମ —୬. Wordly affairs.
୭. କୁଳମର୍ଯ୍ୟାଦା —୭. Prestige.

[ଉ—ବେଭାର ବୁଡ଼ା ଅନୁଜା ମୋ ମନୁଜ ଶରଣ ମାରିବି ଆଗ—ଭଞ୍ଜ. ବୈଦେହୀଶବିଳାସ ]

୮. କାରଣ —୮. Cause.

[ଉ—ଏ ଆଦି ଯେତେ ଚିନ୍ତାଭାର କହ ତୋ ବିମନ ବେଭାର—ଜଗନ୍ନାଥ. ଭାଗବତ]

୯. କ୍ଷମତା — ୯. Power.

[ଗାଇ ଗୋପୀଙ୍କ ଭାବଭୋଳେ, ବ୍ରହ୍ମାଙ୍କ ବେଭାର ସାରିଲେ—ଭୁପତି. ପ୍ରେମପଞ୍ଚାମୃତ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଉଚିତ —Proper; fit.

[ଉ—ଏ କଥା ନୋହଇ ବେଭାର, ଏମନ୍ତ କଲୁ ତୁ ବିଚାର—ପ୍ରାଚୀ. ନିର୍ଗୁଣ— ମାହାତ୍ମ୍ୟ଼]