ବେରିବେରି

ଉଇକିଅଭିଧାନ‌ରୁ

ବେରିବେରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ସିଂହଳଭାଷା ବେରୀ=ଦୁର୍ବଳାତା; ବେରି ବେରି=ବିଶେଷ ଦୁର୍ବଳତା) ବିଶେଷ୍ୟ -[ସମ୍ପାଦନା]

ଭୟଙ୍କର ଫୁଲା ରୋଗବିଶେଷ —Beriberi; a kind of fatal disease.

[ଦ୍ରଷ୍ଟବ୍ୟ —ଅତି ସଫା କଳଚାଉଳ ଖାଇଲେ ଏ ରୋଗ ଜନ୍ମେ ଆଉ ମଧ୍ୟ ସାରହୀନ ଖାଦ୍ୟ ଏ ରୋଗର ପୋଷକତା କରେ ଏ ରୋଗ ମାରାତ୍ମକ; ଏଥିରେ ଶୋଥ ଜନ୍ମେ ଏ ରୋଗ ଆଗେ ଚୀନ୍ଦେଶରେ, ତା ପରେ ଜାପାନରେ ବ୍ୟାପିଥିଲା ରୁଷ ଜାପାନ ଯୁଦ୍ଧ ସମୟରେ ୫ ହଜାର ଜାପାନୀ ଲୋକଙ୍କୁ ଏ ରୋଗ ଧରିଥିଲା ଜର୍ମାନ୍ ଯୁଦ୍ଧରେ ମେସପଟାମିଆଁରେ ଅନେକ ଇଂରେଜ ସୈନ୍ୟଙ୍କୁ ଏ ରୋଗ ଆକ୍ରମଣ କରିଥିଲା ସ୍ତ୍ରୀଲୋକଙ୍କ ଆପେକ୍ଷା ପୁରୁଷଲୋକଙ୍କୁ ଏ ରୋଗ ବେଶି ଧରେ ରୋଗର ଲକ୍ଷଣ ଏହି ଯେ—ଗୋଡ଼ ଅବଶ ହୋଇଯାଏ; କ୍ରମେ ଗୋଡ଼ ଓ ଜଙ୍ଗ ଦରଜ ହୁଏ ଓ ଦେହ ଫୁଲିଯାଏ; ମୁହଁ ମଧ୍ୟ ଫୁଲେ; ଦେହର କୌଣସି ସ୍ଥାନ ଟିପିଲେ ଖାଲ ହୋଇଯାଏ ମାତ୍ର ସେ ଖାଲ ସ୍ଥାନ ଶୀଘ୍ର ପୂରିଯାଏ ନାହିଁ; ହାତ ଗୋଡ଼ କ୍ରମଶଃ ଅଚଳ ହୁଏ; ହୃତ୍ପିଣ୍ଡ ଦୁର୍ବଳ ହୁଏ; ରୋଗୀ ପୂର୍ଣ୍ଣ ବିଶ୍ରାମ ନ କରି ଚଲାବୁଲା କଲେ ବା ପରିଶ୍ରମ କଲେ ହଠାତ୍ ହୃତପିଣ୍ଡର କାର୍ଯ୍ୟ ବନ୍ଦ ହୋଇ ମୃତ୍ୟୁ ଘଟେ; ଏ ରୋଗୀର ଖର ନିଃଶ୍ୱାସ ବହେ; ନାଡ଼ି ଦୁର୍ବଳ ହୁଏ; ବେଶୀ ପ୍ରସ୍ରାବ ହୁଏ ନାହିଁ—ସତ୍ୟସମାଚାର— ୧ ୭ ୩୧: ]