Jump to content

ବେଲ୍

ଉଇକିଅଭିଧାନ‌ରୁ

ବେଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ବେଳା)

[ସମ୍ପାଦନା]
୧. ବେଳ; କାଳ; ସମୟ —୧. Time.
୨. ଦିବସର ଓଳି —୨. Time or half part of day.

(ଯଥା—ସକାଲ୍ ବେଲ୍; ଉପର ବେଲ୍)

୩. ସୂର୍ଯ୍ୟ —୩. The sun.

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବେଲ୍) ବିଶେଷ୍ୟ -

[ସମ୍ପାଦନା]
୧. ପିଟା ଘଣ୍ଟା —୧. Bell; gong.
୨. ମନୁଷ୍ୟର ମନକୁ କୌଣସି ବିଷୟ ପ୍ରତି ଆକର୍ଷଣ କରିବା ନିମନ୍ତେ ବଜା ଯିବା ଘଣ୍ଟା —୨. Alarm bell.
୩. ଲୁଗାର ଗାଣ୍ଠି —୩. Bale of cloth.
୪. ଯାମିନ୍ — ୪. Bail.

ବୈଦେଶିକ - (ଫା) ବିଶେଷ୍ୟ -

[ସମ୍ପାଦନା]
୧. ମଲ୍ଲୀ ଫୁଲ — ୧. Jasmine.
୨. (ତୁଳ. ସଂସ୍କୃତ - ବଲ୍ଲୀ) ଲତା — ୨. Creeper.
୩. ସୂତାଦ୍ୱାରା ଲତା ଆକାରରେ ବୁଣା ହୋଇଥିବା ଲୁଗାର ଧଡ଼ି; ଲତଡ଼ —୩. Lace; frill worked on a cloth in the shape of a running creeper.
୪. (ଏହି କଣ୍ଟାର ମୁଣ୍ଡ ପାଖ ମଲ୍ଲୀକଢ଼ ପରି ଗୋଲ ଥିବାରୁ) ସ୍ତ୍ରୀ ଲୋକମାନେ ବଙ୍ଗାଳିଆ ବେଣୀକୁ ମୁଣ୍ଡରେ ଅଟକାଇ ରଖିବା ନିମନ୍ତେ ଯେଉଁ ଲୁହାର କଣ୍ଟା ବ୍ୟବହାର କରନ୍ତି —୪. Small hair pins fixed to the coiled braid of hair to make it stay firmly in a position.