ବେଷ
ଦେଖଣା
ବେଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବିଶ୍ ଧାତୁ= ପ୍ରବେଶ କରିବା+ଅଧି. ଅ; ବିଷ୍ ଧାତୁ=ବ୍ୟାପିବା=କର୍ତ୍ତୃ. ଅ)
[ସମ୍ପାଦନା]- ୧. ସଜ୍ଜା; ପୋଷାକ —୧. Dress; guise; garb; toilette.
- ୨. ବସ୍ତ୍ରାଳଙ୍କାରାଦିଦ୍ୱାରା ସଜବାଜ ହେବା —୨. Act of dressing; decoration.
- ୩. ବେଶ୍ୟାପଲ୍ଲୀ; ଦାରୀ ସାହୀ —୩. Prostitute's quarter.
- ୪. ବେଶ୍ୟା— ଳୟ —୪. Whore house; a house of ill fame.
- ୫. ଗୃହ —୫. House.
- ୬. ବସ୍ତ୍ରଗୃହ; ତମ୍ୱୁ (ହିନ୍ଦୀ - ଶ) — ୬. Tent.
- ୭. (+ଭାବ. ଅ) ପ୍ରବେଶ —୭. Entrance.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଶ, ବେଷ)
[ସମ୍ପାଦନା]- ୧. ଯାତ୍ରାରେ ବା ଅଭିନୟରେ ନାଟ୍ୟକାରମାନେ ପିନ୍ଧିବା ପୋଷାକ — ୧. Garb worn by actors and dancers.
- ୨. ଚିତ୍ର —୨. Painting.
[ଉ—ରଚି ବିଚିତ୍ର ବେଶରେ କୁଚ ଦେଶରେ ଭଞ୍ଜ. ପ୍ରେମସୁଧାନିଧି]
- ୩. ଚେହେରା — ୩. Appearance.
[ଉ—ଏ ବିକଳ ବେଶ କେଉଁ ଦୁଃଖେ ପୁଣି ଝୁରୁଛୁ ଏଡ଼େ ଆତୁରେ ରାଧାନାଥ ପାର୍ବତୀ]
- ୪. ଯାତ୍ରା ଉପଲକ୍ଷରେ କିମ୍ୱା ଦିବସର ଭିନ୍ନ ଭିନ୍ନ ସମୟରେ ଦେବବିଗ୍ରହଙ୍କର ଭିନ୍ନ ଭିନ୍ନ ସଜ୍ଜା —୪. Different garbs or dresses put on deities on different festive occasions or during different periocds of the day and night
[ଦ୍ରଷ୍ଟବ୍ୟ —ଯେଉଁ ସଜ୍ଜା ବା ବେଶକୁ ସାଧାରଣ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ଯଥା—ଜଗନ୍ନାଥ ମହାପ୍ରଭୂଙ୍କର ମଦନମୋହନ ବେଶ, ଗିରିଧାରୀବେଶ, ନଟବରବେଶ, ବଡ଼ସିଂହାର ବେଶ, ନବଯୌବନବେଶ, ସାଖୀଗୋପାଳଙ୍କର ଚନ୍ଦନ— ବେଶ]
ଦେଶଜ - ବିଶେଷଣ -
[ସମ୍ପାଦନା]ସୁବେଶରେ ସଜ୍ଜିତ —Fitted up with dainty dress and ornaments.
(ଉ— ବେଶ ନୋହି କେତେ ଏ ବେଶ ତୁମ୍ଭ ପାଶେ, ନ ଯିବି ତାହାଙ୍କର ମନକୁ ଯେ ଆସେ କୃଷ୍ଣସିଂହ. ମହାଭାରତ. ବନ)