Jump to content

ବେହୁଷିବା

ଉଇକିଅଭିଧାନ‌ରୁ

ବେହୁଷିବା

ଉଚ୍ଚାରଣ

[ସମ୍ପାଦନା]

(ବିହୁଡ଼ିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବେଉଷଣ କରିବା; ବୁଣାଯାଇଥିବା ଶାରଦ ଧାନଗଛ (ବୁଆ ଧାନଗଛ) ଚାଖଣ୍ଡେ ଲେଖାଏଁ ବଢିଗଲେ କିଆରିରେ ପାଣି ପୁରାଇ ସେହି କିଆରିକୁ ଉତ୍ତମରୂପେ ହଳରେ ଚଷି ଧାନଗଛମାନଙ୍କୁ କିଆରି ତମାମ୍ସମବରେ ଖେଳାଇ ତହିଁ ଉପରେ ମଇ ଦେବା ପ୍ରକ୍ରିୟା —The agricultural operation of puddling and equally distributing the paddy plants when they are about ୧୦ inches high.

[ଦ୍ରଷ୍ଟବ୍ୟ —ଶାରଦ ବୁଆ ଧାନଗଛମାନ ପ୍ରାୟ ଏକ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହେଲେ କିଆରିରେ ପାଣି ପୂରାଇ ଖୁବ୍ କାଦୁଆ କରି ହଳ ବୁଲାଇବାକୁ ହୁଏ ଏପରି ହେଲେ ଧାନଗଛମାନ ଓଲଟ ପାଲଟ ହୋଇ— ଯାଏ ଓ ତା ଉପରେ ମଇ ଚଳାଇବାକୁ ହୁଏ ଏହାକୁ ବେଇଡ଼ା ବା ବେଉଷଣ ବୋଲାଯାଏ ମଇ ଚଲାଇବା ପରେ ଯେବେ ଦେଖାଯାଏ ଯେ କିଆରିରେ କେଉଁ କେଉଁ ସ୍ଥାନରେ ଧାନଗଛ ଗୁଡ଼ିଏ ଘନ ସନ୍ନିବିଷ୍ଟ ହୋଇଅଛି, ଓ କେଉଁ କେଉଁଠାରେ ଧାନଗଛ ଆଦୌ ନାହିଁ, ତେବେ ହାତଦ୍ୱାରା ଘନ ସନ୍ନିବିଷ୍ଟ ଧାନଗଛ ମଧ୍ୟରୁ ଗୋଟିକେତେ ଗଛ ଉଠାଇ ନେଇ ଧାନଗଛ ନ ଥିବା ଯାଗାରେ ପୋତି ଦେବାକୁ ହୁଏ ଏପରି ହେଲେ କିଆରିର ସବୁ ଅଂଶରେ ଧାନଗଛମାନ ସମାନରୂପେ ଖେଳାଇ ହୋଇ ରହେ; ଏହାକୁ ଖେଳୁଆ ବୋଲାଯାଏ ବେଉଡ଼ା ବେଉଷଣ ହେବାର କେତେଦିନ ପରେ ଦେଖାଯାଏ ଯେ ଧାନଗଛମାନ ଖୁବ୍ ତାଜା ହୁଏ ଓ ମୂଳମାନଙ୍କରୁ କୁଆଁମାନ ବାହାରେ ]