Jump to content

ବୈଦିକ ବ୍ରାହ୍ମଣ

ଉଇକିଅଭିଧାନ‌ରୁ

ବୈଦିକ ବ୍ରାହ୍ମଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୋତ୍ରିୟ ବ୍ରାହ୍ମଣ; ବ୍ରାହ୍ମଣମାନଙ୍କର ଶ୍ରେଣୀ— ବିଶେଷ —A class of Braḥmaṇas.

[ଦ୍ରଷ୍ଟବ୍ୟ —ସାଧାରଣତଃ ଦେଖଯାଏ ଯେ ଉତ୍କଳୀୟ ବ୍ରାହ୍ମଣମାନେ ୪ ଶ୍ରେଣୀରେ ବିଭକ୍ତ ୧— ସାଆନ୍ତ (ବଙ୍ଗଦେଶର କୁଳୀନ ପରି) ୨ ବୈଦିକ ବା ଶାସନୀ (ଗଞ୍ଜାମରେ ଦାନୁଆ) ୩—ପଣ୍ଡା, ମଢ଼ିଆ ବା ଦେଉଳିଆ ୪—ପନୀଅରୀ ବା ସାରୁଆ ୫— ମାସ୍ତାନ, ହଳୁଆ ବା ବଳଭଦ୍ର ଗୋତ୍ରୀ (ବିହାରରେ ଭୂଇଁହାର୍ ଓ ସମ୍ୱଲପୁରରେ ଝାଡ଼ୁଆଙ୍କ ପରି) ସାଆନ୍ତ— ମାନେ ଓଡ଼ିଆରାଜାଙ୍କ ଗୁରୁ ଓ ସମସ୍ତ ବ୍ରାହ୍ମଣଙ୍କ ମଧ୍ୟରେ ପ୍ରଧାନ ଥିଲେ ଏମାନଙ୍କ ସଂଖ୍ୟା ଖୁବ୍ କମ୍ ଅନ୍ୟ ବ୍ରାହ୍ମଣମାନେ ଏମାନଙ୍କୁ ସମ୍ମାନିତ କରନ୍ତି

ପଣ୍ଡାମାନେ ଠାକୁରସେବା କରନ୍ତି ପନିଅରୀମାନେ ସାରୁ ବାଇଗଣ ଆଦି ଫସଲ ଆବାଦ ଓ ତାହା ବିକି କରି ଜୀବିକା ଚଳାନ୍ତି ପଣ୍ଡା ଓ ପନିଅରୀ ବ୍ରାହ୍ମଣ ମଧ୍ୟରେ ପ୍ରଭେଦ ଖୁବ୍ କମ୍ ମାସ୍ତାନ୍ ବ୍ରାହ୍ମଣମାନେ ହଳ ବୁଲାନ୍ତି ଓ ପିକା ଖାଆନ୍ତି]