ବୈଦ୍ୟନାଥ
ଦେଖଣା
ବୈଦ୍ୟନାଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ବୈଦ୍ୟ=ଚିକିତ୍ସକ+ନାଥ=ପ୍ରଭୃ)
[ସମ୍ପାଦନା]- ୧. ଶିବ; ମହାଦେବ —୧. Ṡiba.
- ୨. ଶିବାନୁଚର ଭୈରବ ବିଶେଷ —୨. Name of an attendant of Ṡiba.
- ୩. ବାବା ବୈଦ୍ୟନାଥ; ଛୋଟନାଗପୁର ବିଭାଗର ଅନ୍ତର୍ଗତ ସାନ୍ତାଳ ପ୍ରଗନ୍ନା ଜିଲ୍ଲାର ଦେଓଘର ସବ୍ଡ଼ିଭିଜନସ୍ଥ ପ୍ରସିଦ୍ଧ ଶିବ ଲିଙ୍ଗ —୩. Images of Ṡiba in Deoghar in Santhal Perganas.
[ଦ୍ରଷ୍ଟବ୍ୟ —ହିନ୍ଦୁଙ୍କର ଏହା ଗୋଟିଏ ପୀଠ ଓ ପ୍ରଧାନ ତୀଥ ଏଠାରେ ୨୨: ଗୋଟି ମନ୍ଦିର ଶିବଙ୍କକ ନାମରେ ଉତ୍ସୃଷ୍ଟ ଏଠାରେ ଶିବଲିଙ୍ଗ ଭାରତ ପ୍ରସିଦ୍ଧ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକତମ]
- ୪. ଉତ୍ତରପୂର୍ବ ଭାରତର ଗୋଟିଏ ପ୍ରଧାନ ହିନ୍ଦୁ ତୀର୍ଥ; ବୈଦ୍ୟନାଥ ଲିଙ୍ଗଙ୍କ ଅଧିଷ୍ଠିତ ନଗର, ଦେଓଭାର —୪. The town of Deoghar.
[ଦ୍ରଷ୍ଟବ୍ୟ —ଏ ସ୍ଥାନର ଜଳବାୟୁ ସ୍ୱାସ୍ଥ୍ୟକର ଥିବାରୁ ଏଠାକୁ ଭାରତର ନାନା ସ୍ଥାନରୁ ସହସ୍ର ସହସ୍ର ବ୍ୟ୍ୟକ୍ତି ଆସନ୍ତି ଓ ଏଠାରେ ଅନେକ ବଡ଼ ଲୋକ ସ୍ୱାସ୍ଥ୍ୟନିବାସାର୍ଥ ପ୍ରାସାଦ—ମାନ ତୋଳି ଅଛନ୍ତି
ଏ ଦେବତାଙ୍କ ନିକଟରେ ବହୁ ଶତ ଭକ୍ତ ନର ନାରୀ ମନୋବାଞ୍ଚା ସିଦ୍ଧ୍ୟାର୍ଥ ଓ ଆରୋଗ୍ୟ ଲାଭାର୍ଥ 'ଧାରଣା' ପଡ଼ନ୍ତି ଏ ସ୍ଥାନର କୂପ ଜଳ ଅତି ସୁସ୍ୱାଦୁ ଏ ଦେବତାଙ୍କୁ ସ୍ନେହରେ ହିନ୍ଦୁମାନେ 'ବାବା ବୈଦ୍ୟନାଥ' ବୋଲି ଡ଼ାକନ୍ତି ଫଳତଃ ଏ ସ୍ଥାନର ଜଳବାୟୁ ଗୁଣରେ ଓ ଦେବତାଙ୍କ ଅନୁଗ୍ରହରେ ବହୁ ସହସ୍ର ରୋଗୀ ଧାରଣା ପଡ଼ି
ଅସାଧ୍ୟ ରୋଗମାନଙ୍କରୁ ମୁକ୍ତିଲାଭ କରିବା ଦେଖାଯାଏ ଏଠାରେ ଅଧିକାଂଶ ସ୍ୱାସ୍ଥ୍ୟନିବାସ ବଙ୍ଗୀୟ ବଡ଼ଲୋକ ମାନଙ୍କର ଏ ସ୍ଥାନ ପାହାଡ଼ିଆ ଏଠାରେ ଭଲ ସନ୍ଦେଶ ଓ ବସାଦହି ମିଳେ ଏବଂ ଲୁହାର ଉତ୍କୃଷ୍ଟ ଜିନିସମାନ ଏଠାରେ ତିଆରି ହୁଏ]