Jump to content

ବୈଶେଷିକ

ଉଇକିଅଭିଧାନ‌ରୁ

ବୈଶେଷିକ

ଉଚ୍ଚାରଣ

[ସମ୍ପାଦନା]

(ବୈଶେଷିକ ଦର୍ଶନ—ଅନ୍ୟରୂପ)

ସଂସ୍କୃତ - ବି—(ବିଶେଷ= 'ବିଶେଷ' ନାମକ ବସ୍ତୁ+ ନିରୂପଣାର୍ଥେ ଇକ; ଯାହା 'ବିଶେଷ' ନାମକ ବସ୍ତୁକୁ ନିରୂପଣ କରିଅଛି)

[ସମ୍ପାଦନା]

କଣାଦ ମୁନିଙ୍କ ପ୍ରବର୍ତ୍ତିତ ନ୍ୟାୟ ବା ଦର୍ଶନ ଶାସ୍ତ୍ରବିଶେଷ — The system of Hindu Philosophy propounded by sage Kaṇāda

[ଦ୍ରଷ୍ଟବ୍ୟ —କଣାଦଙ୍କର ଏକ ନାମ ଉଲୂକ ଏଥିପାଇଁ ଏ ଦର୍ଶନର ଅନ୍ୟ ନାମ ଔଲୁକ ଦର୍ଶନ ଏ ଦର୍ଶନ ନ୍ୟାୟ— ଶାସ୍ତ୍ରର ଅନ୍ତର୍ଗତ ବୋଲି ଗୃହୀତ ହୋଇଅଛି ଗୌତମରେ ପ୍ରମାଣ ପକ୍ଷ ପ୍ରଧାନ ଓ ଏ ଦର୍ଶନରେ ମେୟ ପକ୍ଷ ପ୍ରଧାନ ଈଶ୍ୱର, ଜଗତ ଓ ଜୀବ ଆଦି ସମ୍ୱନ୍ଧେ ଗୌତମ ଓ ବୈଶେଷିକ ଦର୍ଶନ ଦ୍ୱୟର ସିନ୍ଧାନ୍ତ ଏକ ଅଟେ ଏ ଦର୍ଶନ ଗୌତମ ଦର୍ଶନର ପରବର୍ତ୍ତୀ ଥିବାର କଥିତ ଗୌତମ ମୁଖ୍ୟତଃ ତର୍କ ପଦ୍ଧତି ଓ ପ୍ରମାଣ ବିଷୟର ନିରୂପଣ କରିଅଛନ୍ତି, କିନ୍ତୁ କଣାଦ ଦ୍ରବ୍ୟର ପରୀକ୍ଷାରେ ପ୍ରବୃତ୍ତ ହୋଇଥିଲେ ୯ଟି ଦ୍ରବ୍ୟର 'ବିଶେଷତା' ବୁଝାଇବାରୁ ଏହାର ନାମ 'ବୈଶେଷିକ' ହୋଇଅଛି ନଅଟି ଦ୍ରବ୍ୟ ଯଥା—ପୃଥ୍ୱୀ, ଜଳ, ତେଜ, ବାୟୁ, ଆକାଶ, କାଳ, ଦିକ୍, ଆତ୍ମା ଓ ମନଃ ଏଥି ମଧ୍ୟରୁ ପୃଥିବୀ, ଜଳ, ତେଜ, ଓ ବାୟୁ ପରମାଣୁ ଅବସ୍ଥାରେ ନିତ୍ୟ ଓ ସ୍ଥୂଳ ଅବସ୍ଥାରେ ଅନିତ୍ୟ ଆକାଶ, କାଳ, ଦିକ୍, ଓ ଆତ୍ମା ନିତ୍ୟ ଓ ସର୍ବ— ବ୍ୟାପକ ନୁହେଁ ମନ ନିତ୍ୟ, କିନ୍ତୁ ଅଣରୂପକ ଥିବାରୁ ବ୍ୟାପକ ନୁହେଁ କଣାଦ ଏହି ପ୍ରକାରେ ଦ୍ରବ୍ୟମାନଙ୍କର ବିଶେଷତ୍ୱ ସ୍ଥିର କରିଅଛନ୍ତି

ଗୌତମ ୧୬:ଟି ପଦାର୍ଥ ମାନିଥିଲେ, କିନ୍ତୁ କଣାଦ ୬ଟି ପଦାର୍ଥ ମାନିଅଛନ୍ତି ଯଥା— ଦ୍ରବ୍ୟ, ଗୁଣ, କର୍ମ, ସାମାନ୍ୟ, ବିଶେଷ ଓ ସମବାୟ ପରେ ଅଭାବ ବୋଲି ଆଉ ଗୋଟିଏ ପଦାର୍ଥ ମାନିଅଛନ୍ତି ଦ୍ରବ୍ୟର ଉଦ୍ଦେଶ (ପରିଗଣନ), ଲକ୍ଷଣ ଓ ପରୀକ୍ଷା ଛଡ଼ା କଣାଦ ଗୁଣକୁ ଓ କର୍ମକୁ ସ୍ୱୀକାର କରିଅଛନ୍ତି ଦ୍ରବ୍ୟର ସଂଖ୍ୟା, ପୃଥକ୍ତ୍ୱ, ବୁଦ୍ଧି, ସୁଖ, ଦୁଃଖ ଆଦି ୨୪:ଟି ଗୁଣ ଅଛି ଏଥିରେ ଉତ୍କ୍ଷେପଣ, ଅବକ୍ଷେପଣ, ଆଦି ୫ ପ୍ରକାର ଗତିକୁ କର୍ମର ଅନ୍ତର୍ଗତ ବୋଲି ସ୍ୱୀକୃତ ହୋଇଅଛି ବାକି ରହିଲା' ସାମାନ୍ୟ' ଏହା ଦ୍ରବ୍ୟ, ଗୁଣ ଓ କର୍ମ ଏହି ତିନିରେ ସତ୍ତା ରୂପେ ମିଳେ ପଞ୍ଚମ ପଦାର୍ଥ 'ବିଶେଷ' ପୃଥୀ, ଜଳ, ତେଜଃ ଓ ବାୟୁର ପରମାଣୁରେ ଅଛି 'ବିଶେଷ' ଅନନ୍ତ ଅଟେ ବୈଶେଷିକ ଦର୍ଶନର ପରମାଣୁବାଦ ପ୍ରସିଦ୍ଧ ଅଟେ ପରମାଣୁ ନିତ୍ୟ ଓ ଅକ୍ଷର ଅଟେ ପରମାଣୁନଙ୍କ ଯୋଜନାରେ ସବୁ ପଦାର୍ଥର ସୃଷ୍ଟି ଆକାଶ ଛଡ଼ା ଅନ୍ୟ ୪ ଭୂତର ପରମାଣୁ ଅଛି ୨ ପରମାଣୁ =ଦ୍ୱ୍ୟଣୁକ; ୩ ଦ୍ୱ୍ୟଣୁକ=ତ୍ରସରେଣୁ; ୪ ଦ୍ୱ୍ୟଣୁକ= ଚତୁରେଣୁ—ହିନ୍ଦୀ - ଶ]