Jump to content

ବୈଶ୍ୱଦେବ

ଉଇକିଅଭିଧାନ‌ରୁ

ବୈଶ୍ୱଦେବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଶ୍ୱଦେବ+ଅ; ପୃଥିବୀର ତାବତୀୟ ଦେବତା ଓ ଭୂତ ବା ଜୀବମାନଙ୍କୁ ଦିଆଯିବା ଅନ୍ନ ବଳି)

[ସମ୍ପାଦନା]

ବିଶ୍ୱଦେବଙ୍କ ଉଦ୍ଦେଶ୍ୟରେ ଦ୍ୱିଜାତିଙ୍କର ପ୍ରତିଦିନ କର୍ତ୍ତବ୍ୟ ଅନ୍ନ ବଳିଦାନ ବିଧି —A daily ceremony of offering oblations of food to various Deities, the fire, certain beings and animals, observed by the twice born amongst the Hindus.

[ଦ୍ରଷ୍ଟବ୍ୟ —ସକାଳେ ଗୃହସ୍ଥର ପାକ ଶେଷ ହେବା ପରେ ଏ 'ଅନ୍ନ ବଳିଦାନ' ଅନୁଷ୍ଠିତ ହୁଏ ଏଥିରେ ପ୍ରଥମେ ଗୋଟିଏ ସ୍ଥାନକୁ କୁଶ, ଗୋମୟ ଓ ଜଳ ଦ୍ୱାର ପରିଷ୍କୃତ କରି ସେଠାରେ ମୁରୁଜରେ ଠାଆ କରି ତହିଁରେ ପାକାଗ୍ନିଙ୍କୁ ବଳି ଦିଆଯାଏ, ତା ପରେ ନିମ୍ନଲିଖିତ ଭାବରେ ବଳିଦାନ, କରାଯାଏ—

୧. ବ୍ରହ୍ମା, ୨ ପ୍ରଜାପତି, ୩ ଗୁହ୍ୟଗଣ, ୪ ଅନୁମତି, ୫ କଶ୍ୟପ (ଏହି ପାଞ୍ଚଟି ବଲି ଅଗ୍ନିରେ ଅର୍ପଣ କରାଯାଏ); ୬ ପର୍ଜ୍ଜନ୍ୟ, ୭ ଜଳ, ୮ ପୃଥିବୀ, ୯ ଧାତୁ, ୧ ବିଧାତୃ, ୧୧-୧୪: ଚତୁର୍ଦ୍ଦିଗ , ୧୫-୧୮: ଚତୁଷ୍କୋଣ, ୧୯: ସୂର୍ଯ୍ୟ, ୨ ଅନ୍ତରୀକ୍ଷ, ୨୧: ବିଶ୍ୱଦେବଗଣ, ୨୨: ବିଶ୍ୱଭୂତଗଣ, ୨୩: ଉଷା, ୨୪: ଭୂତପତି, ୨୫: ପିତୃଗଣ, ୨୬: ଯକ୍ଷ, ୨୭-୩୩: ସନକାଦି ସପ୍ତ ମନୁଷ୍ୟ ଏମାନଙ୍କ ନାମ ଉଚ୍ଚାରଣ— ପୂର୍ବକ ଠାଆ ଉପରେ ଗଣ୍ଡାଏ ଗଣ୍ଡାଏ ଅନ୍ନ ଦିଆଯାଏ

ତା ପରେ ଖଣ୍ଡିଏ ଖଣ୍ଡିଏ ପତ୍ରରେ ବଢ଼ା ହୋଇଥିବା ଅନ୍ନକୁ ନିମ୍ନଲିଖିତ ରୂପେ ପାଣି ଛଡ଼ାନ୍ତି ୩୪-୩୬: ପିତୃ ପିତାମହ ଓ ପ୍ରପିତାମହ, ୩୭-୩୯: ମାତାମହ, ପ୍ରମାତାମହ ଓ ବୃଦ୍ଧ ପ୍ରମାତାମହ, ୪-୪୫: ପିତୃ ୩ ଜଣ ଓ ମାତା ମହାଦି ୩ ଜଣ, ୪୬: ଅତିଥି ବ୍ରାହ୍ମଣ, ୪୮-୫: , ଶ୍ୱାନ, ଚାଣ୍ଡାଳ ଓ ବାୟସ କେହି କେହି ବୈଶ୍ୱଦେବ ସ୍ଥାନରୁ ଉଠି ଆସି ଅଗଣାରେ ବା ଘରର ବାଡ଼ିଆଡ଼େ ୪୮-୫: ବଳି ଦିଅନ୍ତି ୫ ବଶିକୁ 'କାକ ବଳି' ବୋଲାଯାଏ ଶେଷରେ ସୂର୍ଯ୍ୟଙ୍କୁ ନମସ୍କାର କରନ୍ତି

ନିଷ୍ଠାପର ଗୃହସ୍ଥ ଦେବପୂଜା ଓ ବୈଶ୍ୱଦେବ ନ କରି ଭୋଦନ କରନ୍ତି ନାହିଁ ]