ବୈଷ୍ଣବ

ଉଇକିଅଭିଧାନ‌ରୁ

ବୈଷ୍ଣବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବୈଷ୍ଣବୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଷ୍ଣୁ+ଉପାସକାର୍ଥେ. ଅ)[ସମ୍ପାଦନା]

୧. ବିଷ୍ଣୁ ସମ୍ୱନ୍ଧୀୟ —୧. Relating to Bishṇu.
୨. ବିଷ୍ଣୁ ପୂଜାରତ; ବିଷ୍ଣୁଭକ୍ତ —୨. Devoted to the worship of Bishṇu.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବିଷ୍ଣୁ ଭକ୍ତ; ବିଷ୍ଣୁଙ୍କ ଉପାସକ —୧. A devotee of Bishṇu.
୨. ଅଷ୍ଟାଦଶ ମହାପୁରାଣନ୍ତର୍ଗତ ବିଷ୍ଣୁପୁରାଣ —୨. The Bishṇu Purāṇa.
୩. ହୋମଭସ୍ମ —୩. The ashes of sacrificial fire.
୪. ପ୍ରାଚୀନକାଳର ଯୁଦ୍ଧାସ୍ତ୍ରବିଶେଷ —୪. An ancient weapon of war.
୫. ସୁଦର୍ଶନଚକ୍ର —୫. The Discus weapon of Bishṇu.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବିଷ୍ଣୁଭକ୍ତ ସନ୍ନ୍ୟାସୀ — ୧. An anchorite devoted to Bishṇu.

[ଦ୍ରଷ୍ଟବ୍ୟ —ଗୃହତ୍ୟାଗୀ ବୈଷ୍ଣବଙ୍କ 'ନିହଙ୍ଗୀ' ଓ ଗୃହସ୍ଥ ବୈଷ୍ଣବଙ୍କୁ 'ଗୃହୀ' ବୋଲାଯାଏ ]

୨. ବୈରାଗୀ; ବାବାଜୀ —୨. An anchorite; a religious mendicant.

[ଦ୍ରଷ୍ଟବ୍ୟ —ବୈଷ୍ଣବର ପ୍ରକୃତିପ୍ରତ୍ୟୟଗତ ଅର୍ଥ ବିଷ୍ଣୁଭକ୍ତ ; କିନ୍ତୁ ସାଧାରଣତଃ ଶୈବ, ଶାକ୍ତ ଓ ବୈଷ୍ଣବ ଆଦି ସବୁ ପ୍ରକାରର ବୈରାଗୀଙ୍କୁ ବୈଷ୍ଣବ ବୋଲାଯାଏ ବୈଷ୍ଣବମାନଙ୍କର ଅନେକ ସମ୍ପ୍ରଦାୟ ଅଛି ଭିନ୍ନ ଭିନ୍ନ ଧର୍ମପ୍ରଚାରକଙ୍କ ନାମ ଅନୁସାରେ, ଦେଶ ଅନୁସାରେ, ଗୃହ ତ୍ୟାଗ କରିଥିବା ବା ନ କରିଥିବା ଅନୁସାରେ, ସ୍ଥାନ ଅନୁସାରେ ଓ ଉପାସ୍ୟ ଦେବତାଙ୍କ ନାମ ଅନୁସାରେ ବିଭିନ୍ନ ସମ୍ପ୍ରଦାୟଙ୍କର ବିଭିନ୍ନ ନାମକରଣ ହୁଏ

ଧର୍ମପ୍ରଚାରକଙ୍କ ନାମାନୁସାରେ—ରାମାନନ୍ଦୀ, ନିମାଉତୀ, ଅତିବଡ଼ୀ ଓ ମାଧବାଚାର୍ଯ୍ୟ ଦେଶ ଅନୁସାରେ—ଗୌଡ଼ୀୟ ବା ଗଉଡ଼ିଆ ଗୃହତ୍ୟାଗ ଅନୁସାରେ—ଗୃହୀ, ନିହଙ୍ଗୀ, ବୈରାଗୀ ଓ ବିରକ୍ତ ବେଶ ଅନୁସାରେ—ନାଗା, ନଙ୍ଗୁଳୀ, କୁମ୍ଭୀପଟୁଆ, ଲେଙ୍ଗୁଟିଆ, ଜମାଉତ ଓ ମାଳିବନ୍ଧା ଉପାସ୍ୟ ଦେବତା ଅନୁସାରେ —ରାମାଉତୀ, ମହାବୀରିଆ ଓ ପରମାର୍ଥୀ ଇତ୍ୟାଦି ]

୩. ପୁରୁଷ ଲୋକଙ୍କୁ ଦିଆଯିବା ନାମ — ୩. A name given to males.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଗଞ୍ଜାମ ଜିଲ୍ଲାର ପାଟକ ବିଶେଷ —A caste of people in the district of Ganjam.