ବୈହାର୍ଯ୍ୟ
ଦେଖଣା
ବୈହାର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା](ବୈହାର୍ଯ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଲିଙ୍ଗ - (ବିହାର+ଯ)
[ସମ୍ପାଦନା]ଆପଣାର ଇଙ୍ଗିତିଆଳି ଲୋକ; ଥଟ୍ଟା ମଣିଷ; ପରିହାସଯୋଗ୍ୟ ଆତ୍ମୀୟ ବ୍ୟକ୍ତି —A person related in such a manner that jokes can be cut with him.
[ଦ୍ରଷ୍ଟବ୍ୟ —ପୁରୁଷର ବୈହାର୍ଯ୍ୟ—ଯଥା—ନାତି, ନାତି ଚେଲା, ଶଳା ଭିଣେଇ, ଅଜା ମାମୁଅଜା, ହୀନ— ଶଳା, ସାନ ସଢୁ, ଭାଇଶଳା ଓ ନାତୁଣୀଜୋଇଁ
ସ୍ତ୍ରୀର ବୈହାର୍ଯ୍ୟ—ଯଥା—ଦିଅର, ଭାଇଶଳା, ଭିଣେଇ, ଅଜା, ନାତି, ନାତୁଣୀଜୋଇଁ, ନଣନ୍ଦେଇ ଓ ମାମୁଅଜା
ପୁରୁଷର ବୈହାର୍ଯ୍ୟା—ଯଥା—ଭାଉଜ, ଶାଳୀ, ନାତୁଣୀ, ନାତୁଣୀବୋହୁ, ଆଈ, ମାଈଁଆଈ, ଶଳାଭାଉଜ, ଭିଣେଇର ଭଉଣୀ ବା ଭଉଣୀର ନଣନ୍ଦ
ସ୍ତ୍ରୀର ବୈହାର୍ଯ୍ୟା—ଯଥା—ଆଈ, ମାଈଁଆଈ, ନାତୁଣୀ, ନାତୁଣୀବୋହୁ ଓ ନଣନ୍ଦ ]