ବୋଇତ

ଉଇକିଅଭିଧାନ‌ରୁ

ବୋଇତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୋହିତ୍ଥ; ବହିତ୍ର; ପ୍ରା; ବଇତ୍ତ)[ସମ୍ପାଦନା]

୧. ନୌକା —୧. Boat.
୨. ସମୁଦ୍ରଗାମୀ ଜାହାଜ — ୨. Ship; sea-going vessel.

[ଉ— ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ—ମଧୁସୂଦନ ଛାନ୍ଦମାଳା ]

୩. ବାଣିଜ୍ୟ ପୋତ —୩. Merchantman; trading vessel.

[ଦ୍ରଷ୍ଟବ୍ୟ —ପୂର୍ବେ ଉତ୍କଳୀୟମାନେ ସମୁଦ୍ରଗାମୀ ପୋତରେ ବାଣିଜ୍ୟ କରୁଥିବାର ଅନେକ ପ୍ରମାଣ ଓଡ଼ିଆ କାବ୍ୟ ଓ ଗ୍ରନ୍ଥ ମାନଙ୍କରୁ ମିଳେ ୧ ବର୍ଷ ପୂର୍ବେ ବାଲେଶ୍ୱର ବନ୍ଦରରୁ ଜାହାଜମାନ ଯିବା ଆସିବା କରୁଥିଲା ଫକୀରମୋହନ କେତେଗୁଡ଼ିଏ ଜାହାଜିଆ ଶବ୍ଦ ତାଙ୍କର ଗଳ୍ପସ୍ୱଳ୍ପରେ ଲିପିବଦ୍ଧ କରି ଯାଇ ଅଛନ୍ତି]

୪. ମୋଟା ଲୁଗା —୪. Coarse cloth.
୫. ମୋଟା ପଟ୍ଟବସ୍ତ୍ର —୫. Thick silk cloth.

[ଉ—ଆପେ ପିନ୍ଧିଥାଏ କଳା ବୋଇତ ଉଡ଼େଇ ନେଉଛି ଭୁତ—ବାୟାମା ବା ଗୀତ ]