ବୋଇତ ବନ୍ଦାଇବା
ବୋଇତ ବନ୍ଦାଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ବାଣିଜ୍ୟପୋତ ବ୍ୟବସାୟ ନିମନ୍ତେ ପ୍ରଥମେ ଅନୁକୂଳ କରିଯିବା ସମୟରେ ଓ ବିଦେଶରୁ ଫେରିଆସିବା ସମୟରେ କଣିକଙ୍କ ସ୍ତ୍ରୀମାନେ ସାତଦୀପ ଆଦିଦ୍ୱାରା ବାଣିଜ୍ୟପୋତକୁ ବନ୍ଦାପନା କରିବା —To worship a ship waving light before it while it is going out for a voyage or returning home after a voyage.
[ଦ୍ରଷ୍ଟବ୍ୟ —ବଣିକ ପରିବାରର ସ୍ତ୍ରୀମାନେ ଫୁଲ ଓ ସାତଦୀପ ନେଇ ବୋଇତକୁ ବନ୍ଦାପନା କରୁଥିବା କାହାଣୀରୁ ଜଣାଯାଏ କାର୍ତ୍ତିକ ଅମାବାସ୍ୟାର ପରଦିନ ଅତି ପ୍ରତ୍ୟୁଷରୁ ଓଡ଼ିଆ ଗୃହର ସ୍ତ୍ରୀମାନେ ଅଗଣାରେ ମୁରୁଜରେ ଏବଂ ପୀଠରେ ବୋଇତର ବା ଡଙ୍ଗାର ଚିତ୍ର ଲେଖି ସେହି କଳ୍ପିତ ବୋଇତ ଉପରେ ପେଟରା, ବାକସ ଓ ବାସନ ଆଦି ଆଣି ଜମା କରି ବୋଇତକୁ ବନ୍ଦାନ୍ତି ସମ୍ଭବତଃ ଏହି ଅନୁଷ୍ଠାନ ପ୍ରାଚୀନ ବଣିକମାନଙ୍କର ପ୍ରଥମ ସମୁଦ୍ରଯାତ୍ରାର ଅନୁକୂଳର ସ୍ମାରକ ଓ ରଜର ୩ୟ ଦିନ ଅର୍ଥାତ୍ ଠକୁରାଣୀଗାଧୁଆ ଦିନ ସକାଳେ ସ୍ତ୍ରୀମାନେ ଅଗଣାରେ ମୁରୁଜ ଆଦିରେ ବୋଇତର ଚିତ୍ର କାଟି ତାହା ଉପରେ ବାକ୍ସ ଆଦି ରଖି ବନ୍ଦାପନା ଓ ଲକ୍ଷ୍ମୀପୂଜା କରନ୍ତି ସମ୍ଭବତଃ ଏହା ବୋଇତ ଫେରି ଆସିବା ସମୟରେ କରାଯାଉଥିବା ବନ୍ଦାପନାର ସ୍ମାରକ ]