ବୋଝ
ଦେଖଣା
ବୋଝ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଦ୍ଧ; ପଦାଥମାନ ଏକତ୍ର ବଦ୍ଧ ହୋଇଥିବାରୁ)
[ସମ୍ପାଦନା]- ୧. ଭାର —୧. Burden.
- ୨. ମନୁଷ୍ୟ ମୁଣ୍ଡରେ ବୋହିବା ବଦ୍ଧ ବସ୍ତୁଚୟ —୨. A load carried on the head.
- ୩. ଯାନ ବାହାନିଦିଙ୍କ ଉପରେ ବାହିତ ହେବା ଭାର —୩. A load carried on animals or conveyances.
- ୪. ଭାରା; ଗୁରୁ ଦାୟିତ୍ୱ —୪. Heavy responsibility.
- ୫. ଗୁରୁ ଭାର —୫. A heavy weight
- ୬. ଖେଳାଳିଙ୍କ ମଧ୍ୟରୁ ଏକଦଳର ପରାଜୟର ଥର —୬. A defeat sustained by one of the two contending parties in a game.
- ୭. ବିଶେଷ ଘଟନା ଉପଲକ୍ଷରେ ବନ୍ଧୁ ଘରକୁ ପଠାଯିବା ବେଭାର ପଦାର୍ଥମାନ ଏକତ୍ର କରାଯାଇଥିବା ଗଣ୍ଠିରି (ଏହାକୁ ସାଧାରଣତଃ ଭଣ୍ଡାରି ମୁଣ୍ଡାଇ ବା ପିଠିରେ ଗଣ୍ଠିରା କରି ବନ୍ଧୁ ଘରକୁ ନିଏ) —୭. A load made up of presents sent to a relative on special occasions.
[ଦ୍ରଷ୍ଟବ୍ୟ — ଆମ ଦେଶରେ ଭିନ୍ନ ଭିନ୍ନ ସମୟରେ ପଠାଯାଉଥିବା ବୋଝର ଭିନ୍ନ ଭିନ୍ନ ନାମ ଅଛି ଯଥା—କୁମାରପୂର୍ଣ୍ଣମୀ ବୋଝ, ସାବିତ୍ରୀ ଅମାବାସ୍ୟା ବୋଝ, ଦୁତିଆଓଷା ବୋଝ, ଫଳୁଥୁଆ ବୋଝ, ଶଙ୍ଖୁଳା ବୋଝ, ଚିତଉଖିଆ ବୋଝ, ପହିଲିପାଳି ବୋଝ, ଦୁଆରପାଳି ବୋଝ, ହବିଷିବୋଝ, ଇତ୍ୟାଦି ]
- ୮. ବାହୁଙ୍ଗିର ଦୁଇ ମୁଣ୍ଡରେ ଝୁଲାଯାଇଥିବା ୨ଟି ପୋଟଳା ମଧ୍ୟରୁ ଗୋଟିଏ ଅଙ୍ଗା —୮. One of the two packages suspended from both ends of a yoke caried on man's shoulder.
[ଦ୍ରଷ୍ଟବ୍ୟ —ବୋଝକୁ ଜଣେ ମନୁଷ୍ୟ ମୁଣ୍ଡରେ ମୁଣ୍ଡାଇ କରି ନିଏ; ଭାରକୁ ବାହୁଙ୍ଗୀଦ୍ୱାରା କାନ୍ଧରେ ଓହୋଳଇ କରି ନିଏ; ବୋକଚାକୁ ପିଠିରେ ପକାଇ କରି ନିଏ ବୁଜୁଳାକୁ କାଖରେ ଯାକିକରି ନିଏ; ପୋଟଳାକୁ ହାତରେ ଧରିକରି ନିଏ ]