ବୋଡ଼ା
ବୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି(ସଂସ୍କୃତ - ବୋଡ୍ର; ଅନ୍ୟ ସଂସ୍କୃତ - ନାମ ଗୋନସ)
[ସମ୍ପାଦନା]ଗୋନସ ସର୍ପ; ବିଷଧର ସର୍ପବିଶେଷ —Viper.
[ଦ୍ରଷ୍ଟବ୍ୟ —ଏମାନଙ୍କର ଦେହ ୨/୩: ହାତ ଲମ୍ୱ ଓ ଲାଙ୍ଗୁଡ଼ ୮/୧: ଆଙ୍ଗୁଳ ଲମ୍ୱ ଓ ଦେହ ଅପେକ୍ଷା ସରୁ ଲୋକେ ବିଶ୍ୱାସ କରନ୍ତି ଯେ ଏ ସାପ ପ୍ରତିବର୍ଷ କ୍ରମେ କ୍ରମେ ଲାଙ୍ଗୁଡ଼ ଆଡ଼ୁ ଛିଡ଼ି ଛିଡ଼ି ଛୋଟ ହେଉଥାଏ ଏମାନେ ଅଣ୍ଡ ପରିବର୍ତ୍ତେ ପେଟରୁ ଛୁଆ ଜନ୍ମ କରନ୍ତି ଅମାନଙ୍କର ବିଷରେ ହଠାତ୍ ମନୁଷ୍ୟ ମରିଯାଏ ନାହିଁ; କିନ୍ତୁ କ୍ଷତସ୍ଥାନ ଓ ଅଙ୍ଗ ଫୁଲିଯାଏ ଓ ସ୍ପର୍ଶଶକ୍ତିରହିତ ହୋଇଯାଏ ଏମାନଙ୍କର ଦନ୍ତକ୍ଷତ ଘାଆରେ ପରିଣତ ହୋଇ ବଡ଼ କଷ୍ଟ ଦିଏ ଓ କ୍ୱଚିତ୍ ମୃତ୍ୟୁ ଘଟାଏ ଏମାନେ ଗୋଖର ଆଦି ସାପଙ୍କ ଅପେକ୍ଷା ମୋଟା, କିନ୍ତୁ ଲମ୍ୱରେ ସାନ ହୁଅନ୍ତି ଓ ଅନ୍ୟ ସାପମାନଙ୍କ ପରି ଦ୍ରୁତ— ବେଗରେ ପଳାଇ ପାରନ୍ତି ନାହିଁ ଏମାନଙ୍କର ଫଣା ନାହିଁ ଅଜଗର ସାପ ଏହି ଜାତୀୟ ଏକଜାତୀୟ ଚିତ୍ରତଦେହ ଛୋଟ ବୋଡ଼ାକୁ ଚନ୍ଦ୍ରବୋଡ଼ା ବା ଚନ୍ଦନ ବୋଡ଼ା (Russell's viper) କହନ୍ତି ଓ ଜଳରେ ରହିବା ଚକ୍ର ଚିହ୍ନଯୁକ୍ତ ଏକହାତ ଲମ୍ୱ ବୋଡ଼ାକୁ ଚକ୍ରବୋଡ଼ା ବୋଲାଯାଏ଼]
ପ୍ରାଦେଶିକ - (ଗଞ୍ଜାମ)ବି
[ସମ୍ପାଦନା]- ୧. ଧାନ୍ୟାଦି ମାପିବା ପରିମାଣ ପାତ୍ର ବିଶେଷ —୧. A measure for corn.
୨: ବିଲୁଆ —୨. Jackal.
ପ୍ରାଦେଶିକ - (ମେଦିନୀ— ପୁର)ବିଣ
[ସମ୍ପାଦନା]ବଡ଼ —Big; large; great.