ବୋବାଳି
ଦେଖଣା
ବୋବାଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋବାଳି
|
(ବୋବି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭୟରେ ବା ଦୁଃଖରେ ଆର୍ତ୍ତନାଦ; ଡକା ବିକଳ ଡକା; ବିକଳ ଚିତ୍କାର —୧. Loud cry of distress.
(ଉ—ଲତାକୁ କରି ସର୍ପ ଭୟେ, ବୋବାଳି ପାଡ଼ିଲେ ଥୋକାଏ— ଭୂପତି. ପ୍ରେମପଞ୍ଚାମୃତ)
- ୨. ଉଚ୍ଚୈଃସ୍ୱରରେ କାନ୍ଦଣା; ବାହୁନା; ରଡ଼ି —୨. Loud crying wail.
- ୩. ନାଦ, ଚବ, ଉଚ୍ଚଧ୍ୱନି, ରାବ —୩. Loud Sound.
- ୪. ପଶୁପକ୍ଷୀମାନଙ୍କ କଣ୍ଠଧ୍ୱନି;ରାବ — ୪. Sound made by birds abd beasts.
[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ପଶୁପକ୍ଷୀଙ୍କର ବୋବାଳିର ଭିନ୍ନ ଭିନ୍ନ ନାମ ଅଛି, ଯଥା—ବାଘ, ସିଂହଙ୍କ—ଗର୍ଜନ, ହେଣ୍ଟାଳ, ରଡ଼ି ହାତୀର—ପେଏଁକାଳୀ (ସଂସ୍କୃତ - ବୃଂହଣ; ବୃଂହତି) ଘୋଡ଼ାର—(ସଂସ୍କୃତ - ହ୍ରେଷା) ହେରେଷା, ହେଁ ହେଁ ବିଲୁଆ, କୁକୁର—ଭୁକା ମାଙ୍କଡ଼—ଖେଙ୍କା ଷଣ୍ଢ— ହେଣ୍ଟାଳ, ହେଣ୍ଟାଳଖାଲିବା ଗାଈ ବଳଦ, ବାଛୁରି— ହମାଳିବା ମେଣ୍ଢା ଛେଳି—ବୋବାଳି, ମେଁ ମେଁ କରିବା ଗଧ—ରଡ଼ି ପକ୍ଷୀ—ରାବିବା ବୋବାଇବା, ବୋବାଳି, ବୋବି]