ବୋରଝାଞ୍ଜି
ଦେଖଣା
ବୋରଝାଞ୍ଜି
ଉଚ୍ଚାରଣ
[ସମ୍ପାଦନା](ବରଝାଞ୍ଜି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାରିପର୍ଣ୍ଣୀ)
[ସମ୍ପାଦନା]- ୧. ଏକପ୍ରକାର ଭାସମାନ ଦଳ —୧. Water lettuce; serratophyllum Submersum; Pristia Stratiotes.
[ଦ୍ରଷ୍ଟବ୍ୟ —୧୮୬୩: ସାଲରେ ତାଞ୍ଜୋର୍ ଜେଲ୍ରେ କାନ୍ଥମୂଳେ ଗୁଡ଼ିଏ ଲେଖାଁଏ ବୋରଝାଞ୍ଜି ଜମାକର ରଖି ପକ୍ଷୀଦ୍ୱାରା ଦେଖାଗଲା ଯେ ୨୩: ଦିନ ମଧ୍ୟରେ ଜେଲଖାନାର ସମସ୍ତ ଛାରପୋକ ଉକ୍ତ ବରଝାଞ୍ଜି ପାଖକୁ ଆକୃଷ୍ଟ ହୋଇଆସି ସେଠାରେ ମରିଗଲେ —Kirtikar] :୨. (ଲକ୍ଷଣାର୍ଥ) (ଜଳରେ ଭାସୁଥିବା ବୋରଝାଞ୍ଜି ପବନଦ୍ୱାରା ବିତାଡ଼ିତ ହୋଇ ପୋଖରୀର ଏ ପାଖ ସେ ପାଖକୁ ଆଉଜି ଯିବାରୁ ଓ ଯେଉଁ ଆଡ଼କୁ ପବନ ଦିଏ ସେହି ଆଡ଼କୁ ଚାଳିତ ହେଉଥିବାରୁ) ଯେଉଁ ବ୍ୟକ୍ତିର ମତ ସ୍ଥିର ନ ଥାଏ ଓ ଯେ ବ୍ୟକ୍ତିବିଶେଷଙ୍କ ମତଦ୍ୱାରା ଚାଳିତ ହୋଇ ଆଜି ଏ ପକ୍ଷ କାଲି ସେ ପକ୍ଷକୁ ସମର୍ଥନା ବା ଅବଲମ୍ୱନ କରେ —୨. (figurative) A fickle-minded person; a person who sticks to no fixed principle or opinion or party, but is led (like floating duck weed wafted by wind from one part of a tank to another) to avow one side to-day and another tomorrow.