Jump to content

ବୋଲ

ଉଇକିଅଭିଧାନ‌ରୁ

ବୋଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଦ୍ ଧାତୁ, ପ୍ରା. ବୋଲ୍ଲ)

[ସମ୍ପାଦନା]
୧. ବଚନ; କଥା; ବାକ୍ୟ —୧. Word; speech; saying.

(ଉ—ଚଣ୍ଡ ମୂରତି ଧଇଲା କା ବୋଲେ;ଚରଣ ପଙ୍କନ ଧଇଲେ ହେଲେ କବିସୂର୍ଯ୍ୟ. କବିତା)

୨. ବାଦ୍ୟରୁ ଉଠିବା ଶବ୍ଦ —୨. Sound of a musical instrument.
୩. ବୋଲି; ଘୋଡ଼ା, ଗୋରୁ ଆଦିଙ୍କୁ ଚଳାଇବା ନିମନ୍ତେ ଚାଳକଦ୍ୱାରା ବ୍ୟବହୃତ ସାଙ୍କେତିକ ବାକ ସଂକ୍ଷିପ୍ତ ବାକ୍ୟ —୩. Formulas or set phrases used by drivers of beasts for guiding them.
୪. ଅଦେଶ —୪. Order.
୫. ପରାମର୍ଶ;ଉପଦେଶ —୫. Advice.

(ଉ—ଆଜି ଭୀମ ରଜାଙ୍କ ବୋଲରେ ନଳକୁ—କୃଷ୍ଣସିଂହ. ମାହାଭାରତ. ବନ)

୬. ଅନୁରୋଧ —୬. Request.

(ଉ—ତାହାଙ୍କୁ ରକ୍ଷା ତୁମ୍ଭେ କର ମୋ ବୋଲରେ କୃଷ୍ଣସିଂହ. ମହାଭାରତ. ବନ)

୭. ଡାକ —୭. Call.
୮. ପ୍ରତିଜ୍ଞା —୮. Promise.

(ଉ—ବାଳ ବାଳୁକା ଖେଳ; ବିଧିରେ କ ଆନ ତୁମ୍ଭ ବୋଲ ଭଞ୍ଜ. ବୈଦେବୀଶବିଳାସ)