ବୋଲିବା
ଦେଖଣା
ବୋଲିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବଦ ବା ବ୍ରୁ ଧାତୁ; ପ୍ରା, ବୋଲ୍ଲ ଧାତୁ; ତୁଳ ପ୍ରା. ବୋଲ୍ଲଇ—ବିମ୍ସ୍)
[ସମ୍ପାଦନା]- ୧. କହିବା —୧. To speak; to say.
(ଉ—ବୋଲି ଦେଲି ସିନା ଗେଲେ ହସି, ବିଶ୍ୱେ ତୋ ସମ ନାହିଁ ବିଶ୍ୱାସୀ କବିସୂର୍ଯ୍ୟ. କିଶୋରୀଚର୍ମୂ ବ ଗୀତ)
- ୨. ଗାମ କରିବା; ଗାଇବା —୨. To sing.
(ଯଥା—ଗୀତ ବୋଲିବା)
- ୩. ଆବୃତ୍ତି କରିବା —୩. To recite.
- ୪. ଗାଳି ଦେବା —୪. To rebuke; to abuse.
- ୫. ବର୍ଣ୍ଣନା କରିବା —୫. To describe.
(ଉ—ଶୁକ୍ର ଦୈତ୍ୟକୁ ଜିଆଇଲେ, ଏମନ୍ତ ଏକାଦଶ ବୋଲେ ଜଗନ୍ନାଥ. ଭାଗବତ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୁହାଯିବା କଥା; ବାକ୍ୟ —Saying; version.
(ଉ—ଋତୁପର୍ଣ୍ଣ ରାଜା ଛାମୁରେ ଦେଖା ହେଲୁ, ତୁମ୍ଭେ ବୋଲିବାର ତାହାକୁ ଶୁଣାଇଲୁ କୃଷ୍ଣିସିଂହ ମହାଭାରତ ଦିନ)