ବୋଳ
ଦେଖଣା
ବୋଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୋଳ
|
ସଂସ୍କୃତ - ବି—(ବା. ଧାତୁ=ଗମନ କରିବା+କର୍ତ୍ତୃ. ଉଳ)
[ସମ୍ପାଦନା]- ୧. ଗୁଗ୍ଗୁଳ ପରି ଏକପ୍ରାକାର ସୁଗନ୍ଧଧୂମୋତ୍ପାଦକ ନିର୍ଯ୍ୟାସ; ଗନ୍ଧ ରସ; ଲୋଭାନ୍ —୧. Myrrh; balsam; frankincense; storax; banzoin; libanum.
[ ଦ୍ର—ଏହା ଏକ ପ୍ରକାର ବୃକ୍ଷର ନିର୍ଯ୍ୟାସ ଏହା ଶୁଖାଇ କରି ନିଆଁରେ ପକାଇଲେ ସୁଗନ୍ଧ ଧୂଆଁ ବାହାରେ ଏ ଗଛ ଆଫ୍ରିକା ଓ ଆରବରେ ଜନ୍ମେ ଓ ଏଥିର ଶୁଖିଲା
ଅନୁବାଦ
[ସମ୍ପାଦନା]ବୋଳ
ନିର୍ଯ୍ୟାସ ବା ଲୋବାନ୍ ସେ ଦେଶରୁ ଆମ ଦେଶକୁ ଆସେ ]
- ୨. କ୍ଷାର ଜଳ —୨. Alkaline water.
- ୩. ପାଉଁସଗୋଳିଆ ପାଣି — ୩. Water mixed with ashes.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତର, ଲେପ)
[ସମ୍ପାଦନା]- ୧. ଦେହରେ ବସିବା ମଳିର ପରସ୍ତ ବା ସ୍ତର — ୧. A layer of dirt deposited on the unwashed body.
- ୨. ପାନ ଆଦିର ରସଦ୍ୱାରା ଦାନ୍ତ ଓ ଓଠ ଉପରେ ବସିଥିବା ମୋଟ ଲୋଲ ବର୍ଣ୍ଣ ସ୍ତର — ୨. A thick layer of coloured pigment deposwited on the lips and on the teeth as a result on excessive chewing of betel.
(ଉ—ନେତ୍ର ତାମ୍ୱୂଳ ବୋଳଯୁତ ଭୂପତି. ପ୍ରେମପଞ୍ଚାମୃତ)
- ୩. ଅଳତା ବା ବଟା ହଳଦୀ ପ୍ରଭୃତିର ବା ରଙ୍ଗର ସ୍ତର; ପୋଛ —୩. A layer of paint or paste of articles such as lac-dye or turmeric.
(ଉ—ଶିର ସୁନ୍ଦର ଦିଶେ ଯାବକ ବୋଳେ କବିସୂର୍ଯ୍ୟ. କିଶୋରୀଚର୍ମୂ ଶ ଗୀତ)