ବୌଦ୍ଧ

ଉଇକିଅଭିଧାନ‌ରୁ

ବୌଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବୁଦ୍ଧ+ସମ୍ୱଦ୍ଧାର୍ଥେ. ଅ)[ସମ୍ପାଦନା]

୧. ବୁଦ୍ଧଦେବଙ୍କ ମତାବଲମ୍ୱୀ ବ୍ୟକ୍ତି —୧. A budhist.
୨. ବୁଦ୍ଧଦେବ—ପ୍ରବର୍ତ୍ତିତ ଧର୍ମ —୨. Buddhism.

[ଦ୍ରଷ୍ଟବ୍ୟ —ଏହି ଧର୍ମ ଗୌତମ ବୁଦ୍ଧଙ୍କଦ୍ୱାରା ପ୍ରବର୍ତ୍ତିତ ହୋଇଥିଲା ଈଶ୍ୱରଙ୍କ ଜଗତ୍କର୍ତ୍ତତ୍ତ୍ୱ ଏ ଧର୍ମରେ ସ୍ୱୀକୃତ ନୁହେ ଏ ଧର୍ମରେ ଜୀବହିଂସା ଓ ଜାତିଭେଦ ନିଷିଦ୍ଧ ଅକ ସମୟରେ ପ୍ରାଚ୍ୟ ଜଗତରେ ବ୍ୟାପକ ଭାବରେ ଏହି ଧର୍ମ ପ୍ରାଚାରିତ ହୋଇଥିଲା ବର୍ତ୍ତମାନ ଚୀନ୍, ଜାପାନ, ସିଂହଳପ୍ରଭୂତି ଦେଶର ଲୋକ ବୌଦ୍ଧଧର୍ମାବଲମ୍ୱୀ ଅଟନ୍ତ

ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବୁଦ୍ଧଦେବଙ୍କ ଜୀବନ— କାଳରେ ଉତ୍କଳର ଦୁଇ ଜଣ ବଣିକ ପଣ୍ୟ ଦ୍ରବ୍ୟ ସହ ମଗଧକୁ ଯାଉଁ ଯାଉଁ ବାଟରେ ବୁଦ୍ଧଦେବଙ୍କୁ ଭେଟି ତାଙ୍କ— ଠାରୁ ଦୀକ୍ଷା ଗ୍ରହଣ କରି ତାଙ୍କଠାରୁ ନଖ ଓ କେଶ ଆଣି ଉତ୍କଳକୁ ଫେରି ଆସି ତାହା ରଖିବାପାଇଁ ଗୋଟିଏ ଚୈତ୍ୟ ନିର୍ମାଣ କରିଥିଲେ

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକ ଉତ୍କଳ ଜୟ କରିବାରୁ ବୌଦ୍ଧ ଧର୍ମ ଉତ୍କଳରେ ପ୍ରବଳ ହୋଇଥିଲା ଅନ୍ଧ, ରାଜା ନାଗାର୍ଜୁନଙ୍କର ଖ୍ରୀଷ୍ଟୀୟଦ୍ୱିତିୟ ଶତାବ୍ଦୀରେ ଓଡ଼ିଶାର ରାଜାଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିବା କଥା ତିବ୍ୱତରେ ଇତିହାସରୁ ମିଳେ

ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଚୀନ ପରିବ୍ରାଜକ ହୁଏନସାଁ ଉତ୍କଳକୁ ଆସିଲାବେଳେ ଉତ୍କଳରେ ହୀନଯାନ ଓ ମହାଯାନ ସମ୍ପ୍ରଦାୟଙ୍କ ମଧ୍ୟରେ ତୀବ୍ର ବାଦାନୁବାଦ ଲାଗି ମହାଯାନ ବୌଦ୍ଧଧର୍ମ ନିର୍ବିବାଦରେ ପ୍ରଚାରିତ ହେଲା ଉତ୍କଳର ପ୍ରାଚୀନ ଶିଳ୍ପରେ ମହାଯାନ ସମ୍ପ୍ରଦାୟର ବ୍ୟବହୃତ ଅନେକ ମନ୍ତ୍ର ଖୋଦିତ ଅଛି ଉତ୍କଳରେ ପ୍ରଚଳିତ ତନ୍ତ୍ର ମତ ବୌଦ୍ଧ ମତରୁ ଉଦ୍ଭତ ବୌଦ୍ଧ ଧର୍ମର ତନ୍ତ୍ର

ମତପ୍ରଧାନ ତନ୍ତ୍ର ଯାନ ବା ବଜ୍ର ଯାନରୁ ଉତ୍କଳରେ ସହଜ— ଯନର ସୃଷ୍ଟି ହୋଇଥିଲା 

ବର୍ତ୍ତମାନ ଆବିଷ୍କୃତ ତିବ୍ୱତୀୟ ଗ୍ରନ୍ଥମାନଙ୍କରୁ ପ୍ରମାଣ ମିଳେ ଯେ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଶେଷ ଭାଗରେ ରାଜା ମୁକୁନ୍ଦଦେବ ବୌଦ୍ଧମାନଙ୍କୁ ଆଦର କରୁଥିଲେ ଅତଏବ ବଳରାମ ଦାସ ଓ ଅଚ୍ୟତାନନ୍ଦ ଦାସ ପ୍ରଭୂତିଙ୍କୁ ଓଡ଼ିଶାରେ ୧୬ଶ ଶତାବ୍ଦୀରେ ବୌଦ୍ଧ ରୂପେ ଗ୍ରହଣ କରାଯାଇ ପାରେ ଉତ୍କଳୀୟ ଯୋଗୀ—ବୈଷ୍ଣବମାନଙ୍କୁ ବୈଦ୍ଧ ବୋଲି ମାନିବାକୁ ହେବ ସହଜିଆ ବୈଦ୍ଧମାନଙ୍କ ସଙ୍ଗେ ଉତ୍ଳଳୀୟ ଯୋଗୀ—ବୌଦ୍ଧମାନଙ୍କର ସାମଞ୍ଜସ୍ୟ ଅଛି

ଓଡ଼ିଆ ଭାଗବତର ଜଗନ୍ନାଥ ଦାଶ ବ୍ରାହ୍ମଣ ଥିଲେହେଁ ସେ ଓଡ଼ିଆ ରାମାୟଣାର ଶୂଦ୍ର ବଳରାମ ଦାସଙ୍କଠାରୁ ମନ୍ତ୍ର ଗ୍ରହଣ କରିଥିଲେ ଶୂଦ୍ରଠାରୁ ବ୍ରାହ୍ମଣର ମନ୍ତ୍ର ଗ୍ରହଣ ହିନ୍ଦୁ ଶାସ୍ତ୍ରାନୁମୋଦିତ ନୁହେଁ, କିନ୍ତୁ ବୌଦ୍ଧ 'ଜାତକ' ଗ୍ରନ୍ଥରେ ଏହା ଅନୁମୋଦିତ ବୈଦ୍ଧ ଜାତକମାଳାରେ ଗଳ୍ପ ସହିତ ଦିନକୃଷ୍ଣ ଦାସଙ୍କ 'ପ୍ରସ୍ତାବସିନ୍ଧୁ'ରେ ଥିବା ଶିଅଳଠାରୁ ବ୍ରାହ୍ମଣର ମନ୍ତ୍ର ଗ୍ରହଣ ଗଳ୍ପର ମେଳ ଅଛି ଉତ୍କଳୀୟ ବୈଷ୍ଣବ ସମାଜ ବୌଦ୍ଧଧର୍ମଦ୍ୱାରା ପ୍ରଭାବିତ ହୋଇଥିଲା ଅଚ୍ୟତାନନ୍ଦ ଦାସ ଆଦିଙ୍କ ଶୂନ୍ୟ ଉପାସନା ବୈଦ୍ଧଧର୍ମ ଛଡ଼ା ଆଉ କିଛି ନୁହିଁ ବୌଦ୍ଧ ସହଜ— ଯାନ ସାହିତ୍ୟ ସଙ୍ଗେ ଉତ୍କଳୀୟ ବୈଷ୍ଣବ ସାହିତ୍ୟର ଅନେକ ସାମଞ୍ଜସ୍ୟ ଅଛି—ଶ୍ରୀ ବିନାୟକ ମିଶ୍ର ସହକାର ୧୧

ବୁଦ୍ଧଦେବ ଉପଦେଶ ଦେଇଅଛନ୍ତି. "ହେ ଭୂକ୍ଷୁଗଣ! ତୁମ୍ଭେମାନେ ଦୁଇ ଅନ୍ତକୁ ତ୍ୟାଗ କରି ମଧ୍ୟମ ମାର୍ଗ (ମଧ୍ୟମା ପ୍ରତିପଦା) ଅବଲମ୍ୱନ କରିବ ଏ ଦୁଇ ଅନ୍ତ ଯଥା—୧ କାମ ବା ବିଷୟସୁଖଲାଭ ପାଇଁ ଯତ୍ନ ଓ ୨ ଶରୀରର କ୍ଳେଶ ଦେବା ଏ ଦୁଇ ଅନ୍ତକୁ ତ୍ୟାଗ କରିବ ବୌଦ୍ଧମତ ଅନୁସାରେ ପୃଥିବୀର କୌଣସି ବସ୍ତୁ ନିତ୍ୟ ନୁହେଁ ନିତ୍ୟ ଚୈତନ୍ୟ ବୋଲି କିଛି ବସ୍ତୁ ନାହିଁ; ସବୁ ବିଜ୍ଞାନ ମାତ୍ର ଅଟେ ବୌଦ୍ଧମାନେ ଆତ୍ମାର ଅମରତ୍ୱ ସ୍ୱାକାର କରନ୍ତି ନାହିଁ ଓ କର୍ମବାଦ ଉପରେ ଆସ୍ଥା ସ୍ଥାପନ କରନ୍ତି ମୃତ୍ୟୁ ପରେ ଶରୀରରେ ସମସ୍ତ ଅଂଶ ଓ ଆତ୍ମା ନଷ୍ଟ ହୋଇଯାଏ; କିନ୍ତୁ କର୍ମଫଳରୁ ଉକ୍ତ ନଷ୍ଟ ଅଂଶ ସ୍ଥାନରେ ନୂଆ ନୂଆ ଅଂଶ ଓ ନୂଆ ଅଂଶ ଓ ନୂଆ ଜୀବ ଉତ୍ପନ୍ନ ହୁଏ ଅତଏବ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଜୀବରେ କେବଳ କର୍ମ ସୂତ୍ରରୂପେ ସମ୍ୱନ୍ଧ ବିଦ୍ୟମାନ ଥାଏ ବୌଦ୍ଧ ଧର୍ମର ୨ ପ୍ରଧାନ ଶାଖା, ହୀନଯାନ ଓ ମହାଯାନ ହୀନଯାନ ବୌଦ୍ଧ ମତରେ ବିଶୁଦ୍ଧ ଓ ପୁରାତନ ରୂପ ଅଟେ ମହାଯାନ ହୀନଯାନର ବୁସ୍ତୃତ ରୂପ ଅଟେ ଓ ଏଥିରେ ବହୁ ଦେବୋ— ପାସନା ଓ ତନ୍ତ୍ରୋକ୍ତ କ୍ରିୟାମାନେ ଅଛି ହୀନଯାନର ପ୍ରଚାର ବ୍ରହ୍ମଦେଶ, ଶ୍ୟାମ ଓ ସିଂହଳରେ ଏବଂ ମହାଯାନର ପ୍ରଚାର ତିବ୍ୱତ. ମଙ୍ଗୋଲିଆ, ଚୀନ, ଜାପାନ, ମାଞ୍ଚୁରିଆ ଆଦିରେ ହୋଇଅଛି ଆଜିକାଲି ପୃଥିବୀରେ ସବୁ ଧର୍ମ ଅପେକ୍ଷା ବୌଦ୍ଧ ଧର୍ମାବଲମ୍ୱୀମାନଙ୍କ ସଂଖ୍ୟା ବେଶି—ହିନ୍ଦୀ - ଶ. ବୌଦ୍ଧ ଧର୍ମରେ ଜାତି ବିଚାର ନାହିଁ; ଚିତ୍ତ ଚାଞ୍ଚଲ୍ୟ ଦୂର କରି କାମନାର ବିନାଶ ପୂର୍ବକ ଇନ୍ଦ୍ରିୟ ପ୍ରଭାବକୁ ନଷ୍ଟ କରି ସୁଖରୁ ଓ ଦୁଃଖରୁ ନିର୍ବାଣ ଲାଭ କରିବା ବୌଦ୍ଧ ଧର୍ମର ଶିକ୍ଷା ଅଟେ; ସଦ୍ଦୃଷ୍ଟି, ସତ୍ ସଂକଳ୍ପ, ସବ୍ୱାକ୍ୟ, ସବ୍ଦ୍ୟବହାର, ସଦୁପାୟରେ ଜୀବିକା ନିର୍ବାହ, ସଚ୍ଚେଷ୍ଟା ସତ୍ ସ୍ମୃତି ଓ ସମ୍ୟକ୍ ସମାଧି, ଏହି ଅଷ୍ଠବିଧ ଉପାୟରେ ଆତ୍ମୋତ୍କର୍ଷ ସାଧନ କରିବା ବୌଦ୍ଧ ଧର୍ମର ଉପଦେଶ ଦୟା, ବୃତ୍ତି ପରିଚାଳନା ଏଥିରେ ଉପଦେଶ ସୁବଳଚନ୍ଦ୍ର ଅଭିଧାନ]

ବିଶେଷଣ -[ସମ୍ପାଦନା]

୧. ବୁଦ୍ଧଦେବଙ୍କ ସମ୍ୱନ୍ଧୀୟ —୧. Relating to the Buddha.
୨. ବୌଦ୍ଧଧର୍ମ ସମ୍ୱନ୍ଧୀୟ —୨. Buddhist; Buddhistic.
୩. ବୁଦ୍ଧଦେବଙ୍କପ୍ରଚାରିତ —୩. Promulgated by the Buddha.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଓଡ଼ିଆ ଗଡ଼ଜାତରେ ରାଜ୍ୟବିଶେଷ — Name of Oriya state in the Eastern Agency.

[ଦ୍ରଷ୍ଟବ୍ୟ —ବୌଦ୍ଧ ରାଜ୍ୟର ବର୍ତ୍ତମାନ ରାଜା ଶ୍ରୀ ନାରାୟଣପ୍ରସାଦ ଦେବ ରାୟପୁର ରାଜୁକୁମାର କଲେଜରେ ପାଠ ସମାପ୍ତ କରି ସେଠାରୁ କୃତିତ୍ୱ ସହାକାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ଶାସନ କରୁଅଛି ଉତ୍କଳୀୟ ଭାଷା, ସାହିତ୍ୟ, କଳା, ଶିକ୍ଷାବିସ୍ତାର ଓ ଶିଳ୍ପ ପ୍ରତି ତାଙ୍କର ଖୁବ୍ ଅନୁରାଗ ଅଛି ସେ ଏ ଭାଷାକୋଷର ଜଣେ ତାଙ୍କର ପୃଷ୍ଠପୋଷକ ଅଟନ୍ତି]