Jump to content

ବ୍ରଜଭାଖା

ଉଇକିଅଭିଧାନ‌ରୁ

ବ୍ରଜଭାଖା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମଥୁରା, ବୃନ୍ଦାବନ ଓ ତନ୍ନିକଟବର୍ତ୍ତୀ ପ୍ରଦେଶମାନଙ୍କରେ କଥିତ ପ୍ରାକୃତ ଶୌରସେନୀ ଭାଷାରୁ ଉତ୍ପନ୍ନ ଏକପ୍ରକାର ହିନ୍ଦୀ ଭାଷା —A dialect of Hindi spoken round Mathurā and Bṛundābana.

[ଦ୍ରଷ୍ଟବ୍ୟ — ଏହା ଗଙ୍ଗା ଯମୁନାର ମଧ୍ୟବର୍ତ୍ତୀ ଅ଼ଞ୍ଚଳ ଓ ତହିଁରେ ଦକ୍ଷିଣାରେ ଅର୍ଥାତ୍ ମଥୁରା, ଆଗ୍ରା ଇଟାବା ଓ ଏଥିରେ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଚଳିତ ଭାଷା ଏଥିରେ ଉତ୍ପତ୍ତି ଶୌରସେନୀ ପ୍ରାକୃତରୁ ହୋଇଅଛି ଏହି ଅଞ୍ଚଳର ପଶ୍ଚିମ ଓ ଦକ୍ଷିଣରେ ଏ ବାଷା ରାଜସ୍ଥାନରୂପ ଧାରଣ କରିଅଛି ଏ ଭାଷାର ପ୍ରାଚୀନ ସାହିତ୍ୟ ବହୁତ ଉଚ୍ଚ ଓ ଅଧିକ ଉତ୍ତର ଭାରତର ଅଧିକାଂଶ ପ୍ରାଚୀନ କବି ଏହି ଭାଷାରେ କବିତା ରଚନା କରିଥିଲେ ଯଥା—ତୁଳସୀଦାସ, ସୁରଦାସ,

ବିହାରୀଦାସ ବଙ୍ଗଦେଶର ପ୍ରାଚୀନ କବିମାନେ ଏହି ଭାଷାରେ କବିତାମାନ ରଚନା କରିଥିଲେ ଆଜିକାଲି ଯାହା ବଙ୍ଗଳା ଭାଷା ନାମରେ ଚଲୁଅଛି ତାହା ଅର୍ବାଚୀନ ଅଟେ ପୌରାଣିକ ଯୁଗରେ ଶୂରସେନ ଦେଶର ଏକ ଅଂଶର ନାମ ବ୍ରଜ ଥିଲା ଓ ସେହି ନାମ ଅନୁସାରେ ବ୍ରଜ ଭାଷାର ନାମକରଣ ହୋଇଅଛି କନ୍ନୌଜ ଭାଷାର ବ୍ରଜ— ଭାଷା ସଙ୍ଗେ ସୌସାଦୃଶ୍ୟ ଅଛି ବ୍ରଜଭାଷା ସଙ୍ଗେ ବ୍ରଜ— ବୋଲିର ବିଶେଷ ସମ୍ୱନ୍ଧ ନାହିଁ—ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ମହାବୀର ପ୍ରସାଦ ଦ୍ୱିବେଦୀ ହିନ୍ଦୀଗ୍ରନ୍ଥ]