Jump to content

ବ୍ରତ ଭିକ୍ଷା

ଉଇକିଅଭିଧାନ‌ରୁ

ବ୍ରତ ଭିକ୍ଷା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରତବେଦୀରେ ଉପନୟ ପରେ ବ୍ରହ୍ମଚାରୀର ମେଖଳା ପରିହିତ ଓ ଦଣ୍ଡଧାରୀ ଦ୍ୱିଜ ବାଳକକୁ ବନ୍ଧୁମାନେ ଯେଉଁ ଅର୍ଥ ଓ ଅଳଙ୍କାରାଦି ଦିଅନ୍ତି — Gifts made to a newly initiated boy of the twice born castes amongst the Hindus by his relatives and friends on the day of the ceremony while he is still on the alter.

[ ଦ୍ର—ଦ୍ୱିଜ ବାଳକର ମନ୍ତ୍ର ଗ୍ରହଣ ଓ ଯଜ୍ଞୋପବୀତ ଧାରଣ ପରେ ସେ ମୌଞ୍ଜ ମେଖଳା ଓ କୃଷ୍ଣମୃଗାଜିନ ପରିଧାନ କରି ପଳାଶ ଦଣ୍ଡ ଧାରଣ କରି ବ୍ରତ ବେଦୀରେ ଭିକ୍ଷା ମାଗେ ସେ ଗୋଟିଏ ଥାଳି ଧରି ଠିଆ ହୁଏ ଓ ତା ପଛରେ ତା ମାମୁ ଠିଆ ହୋଇ ପିଲା ଧରିଥିବା ଥାଳିକୁ ଟେକି ଧରି ଥାଆନ୍ତି ଏହି ସମୟରେ ବାଳକର ମାତା, ଭଗିନୀ ଓ ବନ୍ଧୁବାନ୍ଧବମାନେ (ସ୍ତ୍ରୀ ପୁରୁଷ) ବେଦୀକୁ ଆସନ୍ତି ବାଳକ ଭବଦ୍ଭିକ୍ଷାଂ ଦେହି (ଆପଣ ଭିକ୍ଷା ଦିଅନ୍ତି) ଉଚ୍ଚାରଣ କରୁଥାଏ ଓ ଭିକ୍ଷାଦାତା ଓ ଦାତ୍ରୀମାନେ ବାଳକର ପାଖରେ ରଖାହୋଇଥିବା ଗୋଟିଏ ହାଣ୍ଡିରେ ଥିବା ଘୃତାନ୍ନ ସେ ଥାଳିରେ ଦିଅନ୍ତି ଓ ଶକ୍ତି ଅନୁସାରେ ଅଳଙ୍କାର ଓ ଧନ ଦିଅନ୍ତି ପୂର୍ବେ ଉପନୟନ କର୍ମ ପରେ ବାଳକ ବ୍ରହ୍ମଚାରୀ ହୋଇ ବେଦାଧ୍ୟାୟନାର୍ଥ ଗୁରୁ ଗୃହକୁ ପ୍ରସ୍ଥାନ କରୁଥିଲା ଓ ଗୁରୁଙ୍କ ପାଇଁ ଭିକ୍ଷା ମାଗୁଥିଲା ଓ ଭିକ୍ଷାଲବ୍ଧ ଅନ୍ନଧନ ଓ ବସ୍ତୁକୁ ନେଇ ଗୁରୁଙ୍କୁ ଦେଉ ଥିଲା ବର୍ତ୍ତମାନ ଦ୍ୱିଜ ବାଳକର ବ୍ରହ୍ମଚାରିତ୍ୱ, ଗୁରୁ ଗୃହ ଗମନ ଓ ବିବାହ ପର୍ଯ୍ୟନ୍ତ ଗୁରୁ ଗୃହରେ ବେଦାଧ୍ୟୟନ ରୀତମାନ ଲୁପ୍ତ ହେଲାଣି, କିନ୍ତୁ ବ୍ରତବେଦୀରେ ଭିକ୍ଷା ମାଗିବା ଓ ଭିକ୍ଷା ଗ୍ରହଣ ବିଧି କେବଳ ପୂର୍ବକାଳର ବିଧିର କଙ୍କାଳମାତ୍ରାବଶେଷ ରୂପେ ରହିଅଛି ଆଜିକାଲି ଦ୍ୱିଜ ବାଳକ 'ବ୍ରତ ଭିକ୍ଷା'ଦ୍ୱାରା ଯେଉଁ ଅଳଙ୍କାର ତକ ପାଏ ସେତକ ସେ ନିଜେ ପିନ୍ଧେ ଓ ଯାହା ଧନ ଥାଏ ତାହା ତା ପିତାମାତାଙ୍କ ହାତକୁ ଯାଏ]