ବ୍ରହ୍ମଚାରୀ
ଦେଖଣା
ବ୍ରହ୍ମଚାରୀ
ଉଚ୍ଚାରଣ
[ସମ୍ପାଦନା](ବ୍ରହ୍ମଚାରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବ୍ରହ୍ମ=ବେଦ+ଚର ଧାତୁ+ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ଉପନୟନ ପରେ ଯେଉଁ ଦ୍ୱିଜ ଗୁରୁ ଗୃହରେ ରହି ବ୍ରହ୍ମଚର୍ଯ ଅବଲମ୍ୱନ ପୂର୍ବକ ବେଦାଧ୍ୟୟନ କରେ; ପ୍ରଥମାଶ୍ରମୀ —୧. A boy of the twice-born caste who studies the Bedas in the precepto's house after his investiture.
- ୨. ବ୍ରହ୍ମଚର୍ଯ୍ୟ ବ୍ରତାବଲମ୍ୱୀ — ୨. One practising continence or self-control.
- ୩. ବାଲ୍ୟକାଳରୁ ଅର୍ଥାତ୍ ଉପନୟନ ପରେ ଆଜୀବନ ସନ୍ନ୍ୟସ ବ୍ରତାବଲମ୍ୱୀ; ସନ୍ନ୍ୟସୀ —୩. Anchorite; sannyāsī.
[ ଦ୍ର—ବ୍ରହ୍ମଚାରୀ ୨ ଶ୍ରେଣୀର ଯଥା—ଉପକୁର୍ବାଣ—ବିବାହ ହେବା ପର୍ଯ୍ୟନ୍ତ ଯେ ବ୍ରହ୍ମଚାରୀ ରହେ ନୈଷ୍ଠିକ—ଯେ ଆଜୀବନ ବ୍ରହ୍ମଚାରୀ ରହେ ]