Jump to content

ବ୍ରାହ୍ମସମାଜ

ଉଇକିଅଭିଧାନ‌ରୁ

ବ୍ରାହ୍ମସମାଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରାଜା ରାମମୋହନ ରାୟଙ୍କ ପ୍ରବର୍ତ୍ତିତ ଓ କେଶବଚନ୍ଦ୍ର ମୋନଙ୍କଦ୍ୱାରା ପରବର୍ତ୍ତିତ ନିରାକାରେଶ୍ୱରବାଦୀ ଧର୍ମସମାଜ ଧର୍ମସମାଜବିଶେଷ —୧. The Brahmo Samaj.

[ଦ୍ରଷ୍ଟବ୍ୟ —ଭାରତରେ ଇଂରାଜି ରାଜ୍ୟର ସୁତ୍ରପାତ ହେବା ସମୟରେ ଖ୍ରୀଷ୍ଟାନ୍ ପାଦ୍ରୀମାନେ ଏକେଶ୍ୱରବାଦ ଓ ନିରାକାରବାଦ ପ୍ରଚାରପୂର୍ବକ ନବଶିକ୍ଷିତ ହିନ୍ଦୁ ଯୁବକମାନଙ୍କୁ ଖ୍ରୀଷ୍ଟସମ୍ପ୍ରଦାୟ ଆଡ଼କୁ ଆକର୍ଷଣ କରିବାକୁ ଲାଗିଲେ ଏଣେ ତଦାନ୍ତୀନ୍ତନ ରକ୍ଷଣଶୀଳ ହିନ୍ଦୁ ସମାଜ ଇଂରାଜିଶିକ୍ଷିତ ହିନ୍ଦୁ ଯିବକମାନଙ୍କର ପୂର୍ବପ୍ରଥା ବିରୁଦ୍ଧ ଆଚରଣକୁ ସହି ନପାରି ସେମାନଙ୍କୁ ହିନ୍ଦୁ ସମାଜରୁ ତଡ଼ିବାକୁ ଉଦ୍ୟତହେଲେ ଏହି ସମୟରେ ରାଜା ରାମମୋହନ ରାୟ ଉପନିଷଦରେ ପ୍ରତିପାଦିତ ବୈଦିକ ହିନ୍ଦୁଧର୍ମର ନିରାକାର ଏକେଶ୍ୱରଙ୍କ ଭଜନ ପ୍ରତି ଶିକ୍ଷିତ ମାନଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ଘେନି ହିନ୍ଦୁ ସମାଜରେ ଗୋଟିଏ ଶାଖା ବ୍ରାହ୍ମସମାଜ ନାମରେ ପ୍ରତିଷ୍ଠିତ କଲେ ଓ ତହିଁର ଫଳରେ ବହୁ ନବଶିକ୍ଷି ବଙ୍ଗୀୟ ଯୁବକ ଖ୍ରୀଷ୍ଟାନ୍ ହେଲେ ନାହିଁ]

୨. ବାହ୍ମମାନଙ୍କ ଉପାସନା ମନ୍ଦିର —୨. The prayer hall of the Brāhmo Samājists.