Jump to content

ବ୍ୟତିପାତ

ଉଇକିଅଭିଧାନ‌ରୁ

ବ୍ୟତିପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଅତି+ପତ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଅତ୍ୟନ୍ତ ଉତ୍ପାତ; ଘୋର ଉପଦ୍ରବ —୧. A great oppression or calamity.
୨. ବ୍ୟତୀପାତ (ଦେଖ) - — ୨. Byatīpāta (See)



ବ୍ୟତିପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଅତି+ପାତ)

[ସମ୍ପାଦନା]
୧. କିପତ୍ପାତ; ଉଲ୍କାପାତ, ଧୂମକେତୁ, ଭୂମିକମ୍ପାଦି ଅମଙ୍ଗଳଜନକ ଉତ୍ପାତ — ୧. Natural calamities (e.g. earthquake, comet, falling of shooting stars etc.).
୨. (ଜ୍ୟୋତିଷ) ୨୭: ଯୋଗ ମଧ୍ୟରୁ ସପ୍ତଦଶ ଅଶୁଭକର ଯୋଗ —୨. (Astrology) the ୧୭th inauspicious astrological conjunction.

[ଦ୍ରଷ୍ଟବ୍ୟ —ବୈଧୁତି ଯୋଗ ପରି ଏ ଯୋଗ ଅତ୍ୟନ୍ତ ଅମଙ୍ଗଳକର ଯୋଗ ଏ ଯୋଗ ପଡ଼ିଥିବା ସମୟରେ ସମସ୍ତ କାର୍ଯ୍ୟ ନୢଷିଦ୍ଧ]

୩. ଅମାବାସ୍ୟା ଦିନ ଶ୍ରବଣା, ଧନିଷ୍ଠା, ଆର୍ଦ୍ରା ଅଶ୍ଳେଷା ବା ମୃଗଶିରା ନକ୍ଷତ୍ର ପଡ଼ିବା ଜ୍ୟୋତିଷୋକ୍ତ ଯୋଗ —୩. A conjunction of certain asterisms with the amābāsyā day.

[ଦ୍ରଷ୍ଟବ୍ୟ —ଏ ଦିନ ଗଙ୍ଗାସ୍ନାନ କଲେ ବହୁ ପୁଣ୍ୟଲାଭ ହୁଏ—ହିନ୍ଦୀ - ଶ]

୪. ଅଶ୍ରଦ୍ଧା; ଅସମ୍ମାନ — ୪. Disrespect; dishonour.