ବ୍ୟସନ
ଦେଖଣା
ବ୍ୟସନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ଅସ୍, ଧାତୁ=କ୍ଷେପଣ କରିବା+କର୍ମ. ଅନ; ଯାହା ମନୁଷ୍ୟକୁ ଶ୍ରେୟୋମାର୍ଗରୁ ଫୋପାଡ଼ି ଦିଏ)
[ସମ୍ପାଦନା]- ୧. କାମକ ଓ କ୍ରୋଧକ ଦୋଷ —୧. Vice; vicious conduct or practice (e. g drink, gambling, hunting etc)
[ଦ୍ରଷ୍ଟବ୍ୟ —କାମଜ ବ୍ୟସନ ଦଶପ୍ରକାର ଯଥା—ମଦ୍ୟପାକ, ବେଶ୍ୟାସକ୍ତି, ଦିବାନିଦ୍ରା, ପରନିନ୍ଦା, ମୃଗୟା, ବୃଥାଭ୍ରମଣ, ଦ୍ୟୁତ, ନୃତ୍ୟ, ଗୀତ ଓ କ୍ରୀଡ଼ା କ୍ରୋଧକ ବ୍ୟସନ ଆଠ ପ୍ରକାର ଯଥା— ଦୁଷ୍ଟତା, ଦୌରାମ୍ୟ, କ୍ଷତି, ପ୍ରତାରଣା. ଈର୍ଷା, ଦ୍ୱେଷ. କଟନ୍ତି ଓ ନିଷ୍ଠରାଚରଣ]
- ୨. ଦୁର୍ଭାଗ୍ୟ; ବିପଦ୍ —୨. Adversity; misfortune; mishap;ill-luck.
- ୩. ବିଷୟାନୁରକ୍ତି —୩. Attachment; or being addicted to worldly concerns.
- ୪. ଅଶୁଭ; ଅମଙ୍ଗଳ —୪. An evil; calamity;disaster.
- ୫. ଦୁଃଖ; କଷ୍ଟ —୫. Sorrow;affiction; misery; trouble; pain.
- ୬. ବିନାଶ —୬. Distruction; ruin; overthrow.
- ୭. ପତନ —୭. fall.
- ୮. ପାପ —୮. Sin.
- ୯. ଅପରାଧ —୯. Crime; guilt,
- ୧. ବୃଥା ଚେଷ୍ଟା —୧୦. Fruitless endeavour.
- ୧୧. ଅଯୋଗ୍ୟତା —୧୧. Unfitness.
- ୧୨. ଦୋଷ —୧୨. Fault;defect.
- ୧୩. ଅଶୁଭ ଲକ୍ଷଣ —୧୩. Evil omen.
- ୧୪.
ଅସାମର୍ଥ୍ୟ —୧୪. Inability.
- ୧୬. କୌଣସି ବିଷୟରେ ଅତ୍ୟଧିକ ପ୍ରବୃତ୍ତି —୧୬. Being addicted to any perticular matter.