ବ୍ୟାଘ୍ରଗତି
ବ୍ୟାଘ୍ରଗତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଚିତ୍ର ରଚନାବିଶିଷ; ଯେଉଁ ରଚନାରେ ପ୍ରତି ପଦର ଉପାନ୍ତ ଦୁଇ ଅକ୍ଷରଦ୍ୱାରା ପରବର୍ତ୍ତୀ ପଦ ଆରମ୍ଭ କରାଯାଇଥାଏ —A poetical composition in which the penultumate ୨ letters of every line are the first ୨ letters in the following line.
[ଦ୍ରଷ୍ଟବ୍ୟ —ଉଦାହରଣ,—ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ ୧୯ଶ ଛାନ୍ଦ ୧ମ ପଦଠାରୁ ୧୨: ଶ ପଦ ପର୍ଯ୍ୟନ୍ତ:—ବ୍ୟାଘ୍ରଗତିରେ ସଧୀରେ କହନ୍ତି ବିରସେ, ବୀରତରୁରେ ତରୁଣୀ କୁସୁମ ବରସେ; ବର ଉନ୍ନତ ଉନ୍ନତ ଉପମା ବିହୀନ, ବିହି ତ କରିଛି ବିହିକକୁଭ ବଚନ ୧ମ ପଦ
ଭଞ୍ଜଙ୍କର ଚିତ୍ରକାବ୍ୟ ବନ୍ଧୋଦୟରେ ଚିତ୍ରରଚନାମାନଙ୍କ ନାମ ତାଲିକାରେ ବ୍ୟାଘ୍ରଗତିର ନାମ ନାହିଁ, 'ଶାର୍ଦ୍ଦୁଳ ତ୍ରୀଡ଼ିତ'ର ନାମ ଅଛି; କିନ୍ତୁ ଉକ୍ତ ଗ୍ରନ୍ଥରେ 'ଶାର୍ଦ୍ଦୁଳ କ୍ରୀଡ଼ିତ' ରଚନାର ଉଦାହରଣ ନାହିଁ ବାଘ ଶିକାର ଉପରେ ପଡ଼ିବା ପୂର୍ବରୁ ଟିକିଏ ଘୁଞ୍ଚିଯାଏ ଓ ପରେ ଶିକାର ଆଡ଼କୁ ଅଗ୍ରସର ହୁଏ; ହି ଲକ୍ଷଣରୁ ଏ ରଚନାର ନାମ ବ୍ୟାଘ୍ରଗତି ହୋଇଅଛି ସାହିତ୍ୟ ଦର୍ପଣ ଓ ଅଳଙ୍କାର କୌସ୍ତୁଭ ସସ୍କୃତ ଗ୍ରନ୍ଥମନଙ୍କର ଏ ଶବ୍ଦର ଉଲ୍ଲେଖ ନାହିଁ]