ବ୍ୟାଜୋକ୍ତି
ଦେଖଣା
ବ୍ୟାଜୋକ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ୟଙ୍ଗୋକ୍ତି; ଛଳୋକ୍ତି; କଥାର ଛଇ — ୧. Irony; a convert expression; innuendo.
- ୨. ବ୍ୟାଜସ୍ତୁତି —୨. Covert flattery.
- ୩. କାବ୍ୟର ଅଳଙ୍କାର ବିଶେଷ —୩. A figure of rhetoric.
[ଦ୍ରଷ୍ଟବ୍ୟ —କୌଣସି ଛଳନାଦ୍ୱାରା ଉଦ୍ଭିନ୍ନ ଗୋପନକୁ ବ୍ୟାଜୋକ୍ତି ବୋଲାଯାଏ
ଯଥା—ସଖୀଙ୍କ ସଙ୍ଗରେ ଚଲିବାକୁ ବାଳା ପାଦରେ ନ ଥିଲା ଶକ୍ତି, ଚାହୁଁ ଚାହୁଁ ଦୃଷ୍ଟି ଆକର୍ଷିତ ହେଲା ପୁନଶ୍ଚ ନୃପତି ପ୍ରତି କୁରୁବକ କଣ୍ଟା ଲାଗି ଗଲା ବୋଲି ସଖୀଙ୍କି କହିଲା ଛଳି, ପ୍ରିୟଂବଦା ବୋଲେ ପୁରୁବକ କଣ୍ଟା ମୀନାକ୍ଷି ! ଗଲକି ଗଳି
ଗଙ୍ଗାଧର ମେହେର. ପ୍ରଣୟ ବଲ୍ଲରୀ —କୁଳମଣି ଅଳଙ୍କାର ତରଙ୍ଗିଣୀ]