ବ୍ୟାଜ ସ୍ତୁତି
ଦେଖଣା
ବ୍ୟାଜ ସ୍ତୁତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କପଟ ସ୍ତୁତି; କପଟ ପ୍ରଶଂସା; ଖୁସାମଦ୍ — ୧. Flattery.
- ୨. କାବ୍ୟର ଅଳଙ୍କାର ବିଶେଷ —୨. A figure of rhetoric.
[ଦ୍ରଷ୍ଟବ୍ୟ —ଏଥିରେ ନିନ୍ଦାବକ୍ୟଦ୍ୱାରା ସ୍ତୁତି ଓ ସ୍ତୁତିବାକ୍ୟଦ୍ୱାରା ନିନ୍ଦା ସୂଚିତ ହୁଏ ଆପାତତଃ ପ୍ରତୀୟମାନ ନିନ୍ଦା ବା ସ୍ତତି ଯେବେ ପରିଶେଷରେ ବିପରୀତ ଭାବରେ ପର୍ଯ୍ୟବେସିତ ହୁଏ ତେବେ ବ୍ୟାଜସ୍ତୁତି ଅଳଙ୍କାର ହୁଏ ସ୍ତୁତିରୁ ନିନ୍ଦା ଯଥା—ସାହେବି ପୋଷାକ କେହି ଅବା ପିନ୍ଧି, ସସ୍ମିତେ କହଇ ବହ୍କା ବଙ୍କା ହିନ୍ଦି, ଥରେ ଥରେ ହସି ସାହେବି ଠାଣିରେ ପୋଛର ବଦନ ରୋମାଳ କାନିରେ ରଧାନାଥ. ଦରବାର ନିନ୍ଦାରୁ ସ୍ତୁତି ଯଥା—ନୁହେ ଆବାସ ଘର, ମାନସ ସରୋବର, ଶୁଭିଲା ବଗେଶ୍ୱର ରବ; କ୍ଷଣେ ନ ରହି ଧାଇଁ, ଗଲଟି କାହିଁପାଇଁ, ଆଉ ନ ଥିଲେ କେତେ ଦେହ ହେ କୃପାନିଧି ମନ ଜାଣିବା ଲୋକେ ବଶ, ହୁଅନ୍ତି ସବୁ ଆଶୀବିଷ, ମନ୍ତ୍ରାଧୀନ ତ ତୁମ୍ଭେ, ବଞ୍ଚାଇ ଅଛ ଦମ୍ଭେ, ଭୁଜଙ୍ଗ ନୁହେ ଆଉ କିସ ହେ ମହାପ୍ରଭୁ ! କବିସୂର୍ଯ୍ୟ. କବିତା କୁଳମଣି. ଅଳଙ୍କାରତରଙ୍ଗିଣୀ]