ବ୍ୟାସ
ବ୍ୟାସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ଆ+ଅସ୍ ଧାତୁ=ବିଭାଗ କରିବା+କରଣ. ଅ)
[ସମ୍ପାଦନା]- ୧. ବୃତ୍ତର ବା ଗୋଲକର ମଧ୍ୟରେଖା; ଯେଉଁ ରେଖା ସ୍ପର୍ଶ କରିଥାଏ —୧. Diameter of a circle or sphere.
- ୨. ବିସ୍ତାର —୨. Extension.
- ୩. ପରିମାଣ ବିଶେଷ —୩. A sort of measure,
- ୪. ସମାସଯୁକ୍ତ ପଦର ସମାସ ବିଛେଦ —୪. The analysis of compound word into its component words.
- ୫. (+ କର୍ତ୍ତୃ. ଅ)—ପୁରାଣପାଠକ —୫. A reader of the Purāṇas,
- ୬. ବେଦ ବିଭାଗକାରୀ ଓ ମହାଭାରତ ଆଦି ପୁରାଣମାନଙ୍କ ରଚୟିତା ମୁନିବିଶେଷ; କୃଷ୍ଣଦ୍ୱୈପାୟନ; ବ୍ୟାସଦେବ; ବେଦବ୍ୟାସ —୬. The sage Byāsa who arranged the Bedas into
୪ books and complied the Mahābhārata and other Purāṇas,
[ଦ୍ରଷ୍ଟବ୍ୟ —ନଦୀମଧ୍ୟସ୍ଥ ଦ୍ୱୀପରେ ଏହାଙ୍କର ଜନ୍ମ ହୋଇଥିବାରୁ ଏହାଙ୍କ ନାମ କୃଷ୍ଣ ଦ୍ୱୈପାୟନ ଏ ବାଲ୍ୟକାଳରୁ ତପସ୍ୟା କଲେ ଓ ଏ ବେଦମାନଙ୍କ ସଂଗ୍ରହ ଓ ବିଭାଗ କରିଥିଲେ ଏଥିପାଇଁ ଏହାଙ୍କ ନାମ ବେଦବ୍ୟାସ ପରେ ଏହାଙ୍କ ନାମ ମାତା ସତ୍ୟ— ବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହେଲା ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବୀର୍ଯ୍ୟ ନିଃସନ୍ତାନ ମୃତ ହେବାରୁ ସତ୍ୟବତୀଙ୍କ ଆଦେଶ ଅନୁସାରେ ଏ ବିଚି ତ୍ରବିର୍ଯ୍ୟଙ୍କର ଦୁଇ ବିଧବାପତ୍ନୀ ଅମ୍ୱିକା ଓ ଅମ୍ୱାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁସାରେ ସହବାସ କଲେ ଓ ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କର ଜନ୍ମ ହେଲା ଏହାଙ୍କ ଔରସରେ ବିଚିତ୍ର ବୀର୍ଯ୍ୟଙ୍କ ଦାସୀଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ— ଏହାଙ୍କ ଅନ୍ୟନାମ ପାଶର୍ଯ୍ୟ, କାନୀନ, ବାଦରାୟଣ, ସତ୍ୟଭାରତ, ସତ୍ୟବ୍ରତ ଓ ସତ୍ୟରତ]
- ୭. ପୁରାଣାନୁସାରେ ଭିନ୍ନ ଭିନ୍ନ କଳ୍ପରେ ଜନ୍ମ ଗ୍ରହଣ କରି ବେଦମାନଙ୍କର ସଂଗ୍ରହ ଓ ବିଭାଗକାରୀ ୨୮: ଜଣ ଋଷି (ହିନ୍ଦୀ - ଶ) —୭. ୨୮ sages said to have compiled and classified the Badas at different times.
[ଦ୍ରଷ୍ଟବ୍ୟ —ଏମାନେ ବ୍ରହ୍ମାଙ୍କର ବା ବିଷ୍ଣୁଙ୍କର ଅବତାର ବୋଲି କଥିତ ଏମାନଙ୍କ ନାମ ସ୍ୱୟଂଭବ, ପ୍ରଜାପତି ବା ମନୁ, ଉଶନା, ବୃହସ୍ପତି, ସବିତା, ମୃତ୍ୟୁ ବା ଯମ, ଇନ୍ଦ୍ର, ବସିଷ୍ଠ, ସାରସ୍ୱତ, ତ୍ରିଧାମ, ଋଶଭ, ବା ତ୍ରିବୃଷ, ସୁତେଜା ବା ଭାରଦ୍ୱାଜ, ଅନ୍ତରିକ୍ଷ ବା ଧର୍ମ, ବପୃବନ୍ ବା ସୁଚକ୍ଷୁ, ତ୍ରଯ୍ୟାରୁଣି, ଧନଞ୍ଜୟ, କୃତଞ୍ଜୟ, ଋତଞ୍ଜୟ, ଭରଦ୍ୱାଜ, ଗୋତମ, ଉତ୍ତମ ବା ହଯ୍ୟାତ୍ମା ବାଚଶ୍ରବା ବା ନାରାୟଣ ବା ବେଣ,ସ ସୋମମୁଖ୍ୟାୟନ ବ ତୃଣବିନ୍ଦୁ, ଋକ୍ଷ ବା ବାଲ୍ମିକୀ ଶକ୍ତି ପରାଶର, ଜାତୁ ବର୍ଣ୍ଣ ଓ କୃଷ୍ଣଦ୍ୱୈପାୟନ (ହିନ୍ଦୀ - ଶ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପୁରାଣ ପାଠକ, ଯେଉଁ ବ୍ୟକ୍ତି ପୁରାଣ କତା ଲୋକଙ୍କୁ ଶୁଣାନ୍ତି (ହିନ୍ଦୀ - ଶ) —୧. A narrator of the Purāṇas.
- ୨. ଜ୍ଞାନୀ ଓ ପଣ୍ଡିତମାନଙ୍କୁ ଦିଆଯିବା ଉପାଧି —୨. A title given to learned and wise men.