Jump to content

ବ୍ୟା଼ପକ

ଉଇକିଅଭିଧାନ‌ରୁ

ବ୍ୟା଼ପକ

ଉଚ୍ଚାରଣ

[ସମ୍ପାଦନା]
(ବ୍ୟାପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବି+ଆପ. ଧାତୁ=ପାଇବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ବ୍ୟାପ୍ତିଶୀଳ; ଯାହା ବ୍ୟାପିଥାଏ; ସବୁଆଡ଼େ ବ୍ୟାପିଥିବା; ବିସ୍ତାରିତ —୧. Pervading;spreading; diffused.
୨. ଆଚ୍ଛାଦକ —୨. Covering.
୩. ସ୍ଥାନବ୍ୟାପୀ —୩. Spread over an area.
୪. କାଳବ୍ୟାପୀ —୪. Extending over a period.
୫. ଗପଡ଼ୀ —୫. Talkative.
୬. ଦୀର୍ଘ —୬. Long.
୭. ଯାହାର ବ୍ୟାପ୍ତି ଅଛି —୭. That which has extension.

[ଦ୍ରଷ୍ଟବ୍ୟ —ଯେଉଁ ପଦାର୍ଥ ବ୍ୟାପିଥାଏ ତାକୁ ବ୍ୟାପକ କହନ୍ତି ଓ ଉକ୍ତ ପଦାର୍ଥ ଯେଉଁ ସ୍ଥାନକୁ ବା ବସ୍ତୁକୁ ବ୍ୟାପି ରହିଥାଏ ତାକୁ ବ୍ୟାପ୍ତ ବା ବାପ୍ୟ କହନ୍ତି ଯଥା—ରୋଗ 'ବ୍ୟାପକ', ଶରୀର 'ବ୍ୟାପ୍ତ'; ଆକାଶ ବ୍ୟାପ୍ୟ, ମେଘ ବ୍ୟାପକ; ପୁଷ୍କରିଣୀ ବ୍ୟାପ୍ୟ ଜଳ ବ୍ୟାପକ]

ବିଶେଷ୍ୟ -

[ସମ୍ପାଦନା]

(ନ୍ୟାୟଦର୍ଶନ) ସ୍ୱାଧିକରଣ; ବସ୍ତୁର ଅପରିହାର୍ଯ୍ୟ ସ୍ୱୀୟ ଧର୍ମବୃତ୍ତି —The essential property or attribute of a thing.