ବ୍ୟୂହ
ଦେଖଣା
ବ୍ୟୂହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ ଊହ୍ ଧାତୁ=ତର୍କ କରିବା; ବିନ୍ୟାସ କରିବା+ଭାବ. ଅ)
[ସମ୍ପାଦନା]- ୧. ସୈନ୍ୟ ସମାବେଶ; ଯୁଦ୍ଧାର୍ଥ ସୈନ୍ୟ— ଦଳକୁ ଶୃଙ୍ଖଳା ପୂର୍ବକ ସଜ୍ଜିତ କରିବା —୧. Battle-array; arraying of troops in order.
- ୨. (+କର୍ମ. ଅ)—ସଜ୍ଜିତ ସୈନ୍ୟ ଦଳ —୨. A line of soldiers.
- ୩. (+କର୍ମ. ଅ) ସମୂହ —୩. Multitude.
- ୪. ସୈନ୍ୟ ଦଳ —୪. Phalanx; a bdy of troops; army.
- ୫. (+ଭାବ. ଅ) ବିସ୍ତାର —୫. Expansion; diffusion.
- ୬. ନିର୍ମାଣ; ଗଠନ — ୬. Disposition; manufacture.
- ୭. (+କର୍ମ. ଅ) ଦେହ; ଶରୀର —୭. Body.
- ୮. ତର୍କ (ହିନ୍ଦୀ - ଶ.) —୮. Argument.
- ୯. ପରିଣାମ (ହିନ୍ଦୀ - ଶ.) —୯. End; final result.
- ୧. କୌଣସି ଆକ୍ରମଣରୁ ବା ବିପଦରୁ ରକ୍ଷା କରିବା ପାଇଁ ରଚିତ ଯୋଜନା (ହିନ୍ଦୀ - ଶ) — ୧୦. Any arrangement for self-defence against any attack or danger.
[ଦ୍ରଷ୍ଟବ୍ୟ —ପୂର୍ବକାଲରେ ଯୁଦ୍ଧ କ୍ଷେତ୍ରରେ ଚତୁରଙ୍ଗ ସେନାଙ୍କୁ ନାନା କୌଶଳରେ ଯୁଦ୍ଧ ପାଇଁ ସଜ୍ଜିତ କରି ରଖା ଯାଉଥିଲା ଆକାର ଆଦି ଅନୁସାରେ ବ୍ୟୂହର ଭିନ୍ନ ଭିନ୍ନ ନାମ ଥିଲା; ଯଥା—ଦଣ୍ଡ ବ୍ୟୁହ, ଶକଟ ବ୍ୟୁହ, ବରାହ ବ୍ୟୁହ, ଗରୁଡ଼ ବ୍ୟୂହ, ଶ୍ୟେନ ବ୍ୟୂହ, ମଣ୍ଡଳ ବ୍ୟୁହ, ଧନୁବ୍ୟୂହ, ସର୍ବତୋଭଦ୍ର ବ୍ୟୂହ ରାଜା ବା ପ୍ରଧାନ ସେନାପତି ବ୍ୟୂହର କେନ୍ଦ୍ରରେ ଶତ୍ରୂର ପ୍ରତ୍ୟକ୍ଷ ଆକ୍ରମଣରୁ ଦୂରରେ ରହୁଥିଲେ ଓ ଆଦେଶାଦିଦ୍ୱାରା ବ୍ୟୁହ ଚାଳନା କରୁଥିଲେ]