ଭଉଁରିଆ

ଉଇକିଅଭିଧାନ‌ରୁ

ଭଉଁରିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭ୍ରମ୍ ଧାତୁ=ଭ୍ରମଣ କରିବାରୁ)[ସମ୍ପାଦନା]

କ୍ଷେତ୍ରମାନଙ୍କ ମାପର ସ୍ମାରକ ଲିପି ଯେଉଁ କାଗଜରେ ଜମି ମାପ କରିବା ସମୟରେ ମାପର ବିବରଣ (ଅର୍ଥାତ ଜମିର ନମ୍ୱର, ଦିଗ, ଦୀର୍ଘ, ପ୍ରତି ପରିମାଣ, କ୍ଷେତ୍ରଫଳ, ଚଉହଦି ଓ ଜମିର ଅବସ୍ଥା ଆଦି) ଲେଖା ହୋଇଥାଏ — A concise memorandum or note regarding the measurement of land; a land-measurement field-book showing the particulars of each plot of land serially; old fashioned field-book.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ୧୮୪୨: ସାଲରେ ସାବକ ବନ୍ଦୋବସ୍ତ ମାପ ସମୟରେ ଜମିର ବିବରଣମାନ ଯେଉଁ ତାଳପତ୍ରରେ ଲେଖାଯାଉଥିବା ତାହାକୁ ଭଉଁରିଆ କହନ୍ତି ଏହି ସାବକ ବନ୍ଦୋବସ୍ତ ଭଉଁରିଆ ତାଳପତ୍ରରେ ଲେଖାଥିବାରୁ ତାକୁ ତାଳପତ୍ର ଭଉଁରିଆ ବୋଲାଯାଏ ଓ ଏହାର ବିବରଣମାନ ଏତେଦୂର ଠିକ୍ ଯେ ଗତ ୧୮୯୮: ସାଲର ବନ୍ଦୋବସ୍ତରେ ଚେନ୍ ମାପ ସମୟରେ ଏହି ଭଉଁରିଆ ସାହାଯ୍ୟରେ ବନ୍ଦୋବସ୍ତର ଖସଡ଼ା ପ୍ରସ୍ତୁତ ହୋଇଥାଏ ଆଧୁନିକ ବନ୍ଦୋବସ୍ତର ଭଉଁରିଆକୁ ଖସଡ଼ା (khasra) ବୋଲି କୁହାଯାଏ ଓ ଆଧୁନିକ ସର୍ଭେଅରମାନ ଜମି ମାପ କରି ଯେଉଁ ସ୍ମାରକ ଲିପି ତିଆରି କରନ୍ତି ତାକୁ ଫିଲ୍ଡ଼ (field book) ବୋଲାଯାଏ ହାଲ ବନ୍ଦୋବସ୍ତରେ ମାପ ହୋଇଥିବା ଜମି ସମ୍ୱନ୍ଧେ ସନ୍ଦେହ ଉପସ୍ଥିତ ହେଲେ ଉକ୍ତ ଜମିକୁ ସାବକ ତାଳପତ୍ର ଭଉଁରିଆ ଅନୁସାରେ ସାର୍ଜମିନରେ ମଡ଼ାଣ କରି ହାଲ ବନ୍ଦୋବସ୍ତର ମାପ ଠିକ୍ ଅଛି କି ନାହିଁ ଏହା ସ୍ଥିରୀକୃତ ହୁଏ ଗଭର୍ଣ୍ଣମେଣ୍ଟଙ୍କର କିଲଟରୀ ମାହାଫିସ୍— ଖାନା (Collectorate Record Room)ରେ ଏହି ସାବକ ତାଳପତ୍ର ଭଉଁରିଆମାନେ ଯତ୍ନପୂର୍ବକ ସଂରକ୍ଷିତ ହୋଇଅଛି; ଓ ଆବଶ୍ୟକ ହେଲେ ମକଦ୍ଦମାର ପକ୍ଷମାନଙ୍କୁ ତହିଁରେ ସହିମୋହରି ନକଲ ଦିଆଯାଏ ସାବକ ଭଉଁରିଆରେ ମାପ ଆରମ୍ଭ ପୂର୍ବରୁ ଶିରୋନାମା (Heading)ରେ ସନ, ଜିଲ୍ଲା, ପ୍ରଗନ୍ନା, ମଉଜାର ନାମ, ଜମିଦାରଙ୍କ ନାମ, ଅମନଙ୍କ ନାମ, ଯେଉଁ ଚଉକିଆ ପଦିକା ଧରି ମାପ କରିଥିଲା, ତାହାର ନାମ ଓ ପଦିକାର ପରିମାଣ (ଚବିଶ ଦସ୍ତି, ବିଶି ଦସ୍ତି ବା ବାର ଦସ୍ତି), ମଉଜାର କେଉଁ ଦିଗର କେଉଁ ଶଙ୍କୁ (starting point)ରୁ ପଦିକା କେଉଁ ଦିଗକୁ ଚଳିଲା ତାହା ଲେଖାଯାଇ ତତ୍ପରେ ଜମିର ଧାରାବାହିକ ନମ୍ୱର ଓ ବିବରଣ ଲେଖା ହେଉଥିଲା ଏହି ହେଡିଙ୍ଗ୍ର ଗୋଟିଏ ଉଦାହରଣ ଏଠାରେ ଦିଆଗଲା ଯଥା— ସବ ରାଶି କରିବ ଭଉଁରିଆ— ସନ ୧୨୪୮: ସାଲ ମୁ ଅଙ୍ଗରେଜୀ ୧୮୪୨: ସାଲ ଜି

କଟକ ପ୍ର କୋଦିଣ୍ଡା ତା ରଘୁନାଥପୁର ଚଉକୀ ୧୬୭୫: ନମ୍ୱର ମୌ ବମ୍ୱୁରି ଜମିଦାର କୀଣେଇ ଆଚାର୍ଯ୍ୟ ଅମୀନ କାଶୀନାଥ ମାହାନ୍ତି ଦରପଦିକେ ୨୪: ଦସ୍ତି ପଦିକା ଚଳିଇବାରେ କେଶବମଳିକ ଚଉକିଦାର ପ୍ରଥମେ ପଦିକା ଚଳିଲା ଗ୍ରାମର ପୂର୍ବ ମୁଣ୍ଡ ଗ୍ରାମଠାକୁରାଣୀଙ୍କ୍ ବରଗଛଠାରୁ ଉତ୍ତରକୁ — ଏହି ଶିରୋନାମା ପରେ ଜମିର କ୍ରମିକ ନମ୍ୱର— ନ ୧—ରାଧୁ ସାହୁ ବାଡ଼ି ଇ. ଦ. କା୩ପୁ. ପ କା୨ ଜମି ମାଂ. ୮ ମାଣ୍ଡିଆ କୋଳଥ , ସୋୟମ ଏଥିରେ ନଡ଼ିଆ— ୨ ଗଛ, ତାଳ ୧ଗଛ, ବଉଁଶ ୨ ବୁଦା , ଗଜ ଆମ୍ୱ ୪ ଗଛ ନ୨— ତ.ପ. (ଅର୍ଥାତ୍ ପୂର୍ବ ନମ୍ୱରର ପଶ୍ଚିମକୁ ପଦିକା ଚଳିଲା)—ରାମ ପଧାନ ଚାଷଜମି ଉ. ଦ. ପୂର୍ବରେ ରା ୩ ପଶ୍ଚିମରେ କା ୩ ଉ.ଦ.ସା, କା ୩ ପୂ. ପ ଉତ୍ତରରେ କା ୨ ଦକ୍ଷିଣରେ କା ୩ ପୁ. ପ, ସା ୨ ଜମି ମା 

ସାରଧ, ଅଉଲ—ଏଥିରେ ପଣସ ଗ୧ ଛ ଦଖଲି ଦମିଦାର ଉ. ଅଥଙ୍ଗା ଦୋସମାଳି

ପ୍ରତ୍ୟେକ ନମ୍ୱର ତାଳପତ୍ରର ଲମ୍ୱ ହୋଇ ଗୋଟିଏ ଧାଡ଼ିରେ ଲେଖାଯାଏ

ଭଉଁରିଆରେ ବ୍ୟବହୃତ କେତେ ଗୁଡ଼ିଏ ସାଙ୍କେତିକ ଓ ପାରିଭାଷିକ ଶବ୍ଦର ଅର୍ଥ ଏଠାରେ ଦିଆଗଲା

କା=କାହାଣ=୪ପଦିକା=୧୬: ପଣ

ଦର ପଦିକେ=ବ୍ୟବହୃତ ପଦିକାର ପରିମାଣ ତ. ଦ=ପୂର୍ବ ନମ୍ୱର ଜମିର ଦକ୍ଷିଣକୁ ତ. ଉ=ପୂର୍ବ ନମ୍ୱର ଜମିର ଉତ୍ତରକୁ ତ. ପ=ପୂର୍ବ ନମ୍ୱର ଜମିର ପଶ୍ଚିମକୁ ତ. ଫୁ= ପୂର୍ବ ନମ୍ୱର ଜମିର ପୂର୍ବକୁ ଉ. ଦ= ଜମିର ଉତ୍ତରକୁ ଦକ୍ଷିଣକୁ ମାପ ଉ. ଦ. ସା.—ଯେଉଁ ଜମି ସମକୋଣୀ ନୁହେ ତାର ଉତ୍ତର ଦକ୍ଷିଣ ମାପ କରିବାକୁ ପୂର୍ବ ମୁଣ୍ଡରେ ଓ ପଶ୍ଚିମ ମୁଣ୍ଡରେ କିମ୍ୱା ଏକାଧିକ ସ୍ଥଳରେ ମାପ କରାଯାଇ ତାହା କିଶୋଟ କରି ଯାହା ମାପ ହିସାବରେ ବାହାରେ (Mean measurement).

ପୁ. ପ= ଜମିର ପୂର୍ବରୁ ପଶ୍ଚିମକୁ ମାପ

ପୁ. ପ. ସା= ଅସମକୋଣୀ ଜମିର ଏକାଧିକ ସ୍ଥାନର ମାପର କିଶୋର ହିସାବ ବା ସାର

ଉ=ଉତ୍ତର ଦ= ଦକ୍ଷିଣ, ଦଖଲକାର ପୁ=ପୂର୍ବ ପ=ପଶ୍ଚିମ ମୁ=ମୁତାବକ

ମାଣ୍ଡିଆ କୋଳଥ =ଯେଉଁ ଜମିରେ ମାଣ୍ଡିଆ ଓ କୋଳଥ ହୁଏ ଦୋଫସଲି=ଯେଉଁ ଜମିରେ ବର୍ଷକେ ୨ ଥର ଫସଲ କରାଯାଏ

(ଯଥା—ଧାନ ଓ ମୁଗ)

ଅଉଲ= ଉତ୍କୃଷ୍ଟ ଜମି ଦୋୟମ=ଦ୍ୱିତୀୟ ଶ୍ରେଣୀର ଜମି ସୋୟମ୍=ଦୋୟମ ଅପେକ୍ଷା ନିକୃଷ୍ଟ ଚାରହମ୍= ସୋୟାମ୍ଠାରୁ ନିକୃଷ୍ଟ ଏହା ଛଡ଼ା

ଜି ଜିଲ୍ଲା ତା କାଲୁକେ ପ୍ର ପ୍ରଗନ୍ନୀ ମୌ. ମୌଜା ଏହିପରି ଅନ୍ୟାନ୍ୟ ଶବ୍ଦମାନ ଲେଖାଥାଏ