Jump to content

ଭଙ୍ଗୁର

ଉଇକିଅଭିଧାନ‌ରୁ

ଭଙ୍ଗୁର

ଉଚ୍ଚାରଣ

[ସମ୍ପାଦନା]
(ଭଙ୍ଗୁରା—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଣ (ଭନଜ୍ ଧାତୁ=ଭାଙ୍ଗିବା+ଶୀଳାର୍ଥେ, ଉର)

[ସମ୍ପାଦନା]
୧. ବକ୍ର —୧. Crooked.
୨. ମସକା; ଭଙ୍ଗପ୍ରବଣ —୨. Brittle; fragile.
୩. କୂଟବୁଦ୍ଧିପୂର୍ଣ୍ଣ —୩. Crafty.
୪. ଯାହା ସାମାନ୍ୟ ଆଘାତରେ ଭାଙ୍ଗିଯାଏ —୪. Frangible.
୫. ଯାହାର କାର୍ଯ୍ୟର ଓ ମତର ସ୍ଥିରତା ନ ଥାଏ — ୫. Inconstant; fickle.
୬. ବିନଶ୍ୱର; ବିନାଶଶୀଳ —୬. Prone to destruction; destructible; subject to decay.

[ଉ— ଭଙ୍ଗୁର ଭବର ଭାଇ, ସୁଖ ଏହିପରି—ରାଧାନାଥ. ମହାଯାତ୍ରା ]

[ ଦ୍ର—ଭଙ୍ଗୁର ବା ଭଙ୍ଗପ୍ରବଣ ପଦାର୍ଥ (ଯଥା—କାଚ ପାତ୍ର ଆଦି)କୁ କଥାରେ କହନ୍ତି ଏହା କୁକୁଡ଼ା ଡିମ୍ୱ ପରି ହୋଇଅଛି ଏହା ଟୁକୁ ଟୁକୁ ହୋଇଅଛି ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନଈର ବାଙ୍କ — The bend of a river.