ଭଙ୍ଗେଇବା

ଉଇକିଅଭିଧାନ‌ରୁ

ଭଙ୍ଗେ ଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଭନଜ୍ ଧାତୁ ଣିଚ୍)[ସମ୍ପାଦନା]

ଭାଙ୍ଗିବା କ୍ରିୟାର ଣିଜନ୍ତ ରୂପ —The causative form of Bhāṅgibā

୧. ଅନ୍ୟଦ୍ୱାରା ଭାଙ୍ଗିବା କର୍ମ କରାଇବା —୧. To cause to be broken or demolished.
୨. ନଷ୍ଟ କରାଇବା — ୨. To cause destruction of; to cause to be spoilt.
୩. ବଡ଼ ମୁଦ୍ରା ବା ନୋଟ ବିନିମୟରେ ଛୋଟ ମୁଦ୍ରା ନେବା —୩. To exchange currency of larger value to small coins.
୪. ବିରତ କରାଇବା; ରହିତ କରାଇବା —୪. To cause to stop; to prevent a person from doing a thing
୫. (ବିବାଦ ବା ମକଦ୍ଦମାକୁ) ଆପୋସିରେ ମିମାଂସା କରାଇବା —୫. To cause a case or dispute to be amicably decided or settled.
୬. ରଚିତ ହୋଇଥିବା ବେଶ ଆଦିକୁ ଅନ୍ୟଦ୍ୱାରା କଢାଇବା— (ଯଥା—ବେଶ ଭଙ୍ଗାଇବା) —୬. To cause a person to dismantle the decoration put on a person.
୭. ପେଟ ଟଣା ବନ୍ଦ କରିବା ପାଇଁ ଚିତୢ ହୋଇ ଶୋଇଥିବା ମନୁଷ୍ୟର ପେଟ ଉପରେ ଗୋଟିଏ କଂସା ବା ବଡ଼ ପାତ୍ର ରଖାଇ ଉପର୍ଯ୍ୟୁପରି ଅନ୍ୟ ପାତ୍ରରୁ ସେ କଂସା ମଧ୍ୟକୁ ଥଣ୍ଡା ବା ଗରମ ପାଣି ଅନ୍ୟଦ୍ୱାରା ଅଜଡ଼ାଇବା (ଯଥା—ପାଣି, ଭଙ୍ଗାଇବା) —୭. To cause a person to repeatedly pour water into a shallow pan put on the belly of a person lying flat with a view to alleviate the latter's belly-ache.
୮. ଅନ୍ୟଦ୍ୱାରା ଭୂମିରେ ମୁରୁଜ ବା ଖଡୢ ବା ପିଠଉଦ୍ୱାରା ମଣ୍ଡଳ ଓ ଚିତ୍ର ଆଦି ଅଙ୍କିତ କରାଇବା (ଯାଥା—ମୁଣ୍ଢଳା ଭଙ୍ଗାଇବା) — ୮. To cause another to draw circles and other artistic figures on the ground.
୯. ଚୁଗୁଲି ଆଦିଦ୍ୱାରା କୌଣସି ବ୍ୟକ୍ତିର ମନକୁ ଅନ୍ୟ ବ୍ୟକ୍ତି ଉପରେ ବିରାଗଯୁକ୍ତ ବା ଅପ୍ରସନ୍ନ କରାଇବା (ଯଥା—ମନ ଭଙ୍ଗାଇବା) —୯. To cause a person to be displeased or annoyed with another by back-biting.
୧. ଦଉଡ଼ି ଆଦିକୁ ଅନ୍ୟଦ୍ୱାରା ବଳାଇବା (ଯଥା—ଦଉଡ଼ି ଭଙ୍ଗାଇବା) —୧୦. To cause a rope to be twined or twisted.
୧୧. ଅନ୍ୟଦ୍ୱାରା ଲୁଗା ଆଦିକୁ କୁଞ୍ଚ ବା ଭାଙ୍ଗ କରାଇବା (ଯଥା—ଲୁଗା ଭଙ୍ଗାଇବା) —୧୧. To cause a cloth to be artistically folded.
୧୨. ଅନ୍ୟଦ୍ୱାରା ପାନ ଖିଲ ସଜାଇବା (ଯଥା—ପାନ ଭଙ୍ଗାଇବା) — ୧୨. To cause another to prepare packets of betel or nuts etc for chewing.
୧୩. କୌଣସି ପରିବାରରେ ଅନ୍ତର୍ବିବାଦର ବୀଜ ବପନ କରି ପରିବାରର ବ୍ୟକ୍ତିମାନଙ୍କ ମଧ୍ୟରେ ବିବାହ ଜନ୍ମାଇ ସେମାନଙ୍କୁ ପରସ୍ପର ଠାରୁ ପୃଥଗାନ୍ନ, ପୃଥଗ୍ୱାସ କରାଇବା (ଯଥା—ଘର ଭଙ୍ଗାଇବା) —୧୩. To cause or bring about internal dispute or rupture (in a family).
୧୪. ପୂର୍ଣ୍ଣାବସ୍ଥା ପୂର୍ବରୁ ଗର୍ଭସ୍ଥ ଭୃଣକୁ ଗର୍ଭରୁ ଖସାଇବା (ଯଥା—ପେଟ ଭଙ୍ଗାଇବା —୧୪. To cause abortion or miscarriage.
୧୫. କୌଣସି ପ୍ରସ୍ତାବ କାର୍ଯ୍ୟରେ ପରିଣତ ନ ହେବାର ଉପାୟ କରିବା (ଯଥା— ବିବାହ ପ୍ରସ୍ତାବ ଭଙ୍ଗାଇବ) —୧୫. To cause the breaking of a proposal.
୧୬. ଅଭିପ୍ରେତ କାର୍ଯ୍ୟରୁ କୈଣସି ବ୍ୟକ୍ତିକୁ ନିବର୍ତ୍ତାଇବା —୧୬. To dissuade a person from carrying out a certain wish

[ ଦ୍ର—ଭାଙ୍ଗିବା କ୍ରିୟାର ଭିନ୍ନ ଭିନ୍ନ ଅର୍ଥର ଣିଜନ୍ତ ରୂପରେ ଭଙ୍ଗାଇବା କ୍ରିୟା ବ୍ୟବହୃତ ହୁଏ ]

ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ -[ସମ୍ପାଦନା]

(ଗାଈ) ଗର୍ଭବତୀ ନ ହେବା; ବୃଷସଙ୍ଗମ ପରେ ଗର୍ଭଧାରଣ ନ କରିବା —(a cow) Not to be successful in one copulation with a bull.