ଭଜିବା

ଉଇକିଅଭିଧାନ‌ରୁ

ଭଜିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ସଂସ୍କୃତ - (ଭଜ୍ ଧାତୁ)[ସମ୍ପାଦନା]

୧. ପୂଜା କରିବା —୧. To worship.
୨. ଭଜନ କରିବା; ସ୍ତବ କରିବା — ୨. To pray.

(ଯଥା—ଯାହାପାଇଁ ଶିବ ପୂଜୁ ଥାଉ, ତାହାଙ୍କ ପ୍ରିୟାଙ୍କୁ ଥାଉ କବିସୂର୍ଯ୍ୟ)

୩. ମାଳା ଜପିବା —୩. To tell beads.

(ଯଥା—ଭଲା ମାଳା ତୁମ୍ଭର ଗଳାପେ ପଡ଼ିଛି, ଏଥିରେ ଭଜିଲେ କି ମୁକତି ନୋହୁଛ କୃଷ୍ଣସିଂହ ମହାଭାରତ ବନା)

୪. ଉପର୍ଯ୍ୟୁପରି ନାମ ସ୍ମରଣ କରିବା — ୪. To repeatedly utter the name of a person in attachment or devotion.
୫. ରଟିବା —୫. To utter constantly.

(ଯଥା— ମନରେ ନାହିଁକି ମାଳିରେ ନାହିଁ, ଭଜି ଭଜି ହରି ପାଇବୁ କାହିଁ—ଢଗ)

୬. ଏକାନ୍ତରୂପେ ଆସକ୍ତ ହେବା — ୬. To be depply attached to.
୭. ଦିନ ରାତି ଝୁଲିବା —୭. To pine away in the thought of a person.
୮. (ମୃତ୍ୟୃ, ଲୟ, ବିନାଶ ଆଦି ଅବସ୍ଥା) ସୁଖ ଦୁଃଖ ପ୍ରାପ୍ତ ହେବା; ଭୋଗ କରିବା —୮. To get; to experience; to suffer (death, self-extinction).

(ଉ—ନୀଳ କୁଞ୍ଚିତ କୁନ୍ତଳ ତତି, ଭଜୁଥିଲା ଅସ୍ତ ବ୍ୟସ୍ତ ରୀତି—କବିସୂର୍ଯ୍ୟ ତନୁ ତାହାଙ୍କ ଅତି ଅନୁତା ଭଜୁଛି କୃଷ୍ଣସିଂହ, ମହାଭାରତ. ଆଦି ତା କଥାକୁ ସୁଖ ନ ଭଜେ ମୋର କର୍ଣ୍ଣ କୃଷ୍ଣିସଂହ ମହାଭାରତ. ବନ)

୯. ଗୁଣଗାନ କରିବା; ପ୍ରଶଂସା କରିବା —୯. To eulogise; to praise
୧. ପତିରୂପେ ବରଣ କରିବା; ପ୍ରେମ ଦାନ କରିବା — ୧୦. To love; to court; to choose as one's husband.

(ଉ—ଅଶ୍ୱିନୀକୁମାରେ ତା ଶୁଣିଣ ହସିଲେ କିପାଁ ତୁମ୍ଭେ ଋଷିକି ଭଜିଲେ ଭାଷିଲେ କୃଷ୍ଣସିଂହ ମହାଭାରତ ବନ

୧୧. ସାଧନ କରିବା — ୧୧. To practise.
୧୨. ସେବା କରିବା —୧୨. To serve.

(ଉ—ଅକ୍ଳେଶ ବୁଦ୍ଧିରେ ସମସ୍ତେ, ତାହାଙ୍କୁ ଭଜ ଯଥୋତିତେ ଜଗନ୍ନାଥ ଭାଗବତ)

୧୩. ଭକ୍ତି ସହିତ ଅନୁଗମନ କରବା —୧୩. To follow with devotion.
୧୪. ପର ମନକୁ ଜଗି କାର୍ଯ୍ୟ କରିବା — ୧୪. To seek to please a person.
୧୫. ଶରଣା ପନ୍ନ ହେବା; କୌଣସି ବ୍ୟକ୍ତିର ଆଶ୍ରୟ ନେବା — ୧୫. To take shelter under a person.

(ଉ—ସେ ତ ସ୍ୱଭାବେ ସ୍ତିରୀ ପୁଂସ ଭଜିବ, ରସିକ ଜଣେ ସିନା ବିଭା ହୋଇବ ଭଞ୍ଜ. ଲାବଣ୍ୟବତୀ)