ଭଞ୍ଜ କିମ୍ୱଦନ୍ତୀ
ଭଞ୍ଜ କିମ୍ୱଦନ୍ତୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉତ୍କଳର ଭଞ୍ଜବଂଶର ଉତ୍ପତ୍ତି ସମ୍ୱନ୍ଧେ ପ୍ରାଚୀନ ଉପାଖ୍ୟାନ —The tradition about the origin of the Bhan̄ja family.
[ ଦ୍ର—ତ୍ରେତାଯୁଗରେ ଦିନେ ବଶିଷ୍ଟ ଋଷି ବଣକେ ବୁଲୁ ବୁଲୁ ମୃଗମିଥୁନଙ୍କ କାମକ୍ରୀଡ଼ା ଦେଖି କାମାର୍ତ୍ତ ହେଲେ ଓ କୌପୀନରେ ତାଙ୍କ ଅମୋଘ ରେତଃ ସ୍ଖିଳିତ ହେଲା ସେ କୌପୁନୀକୁ ପଷ୍କର ତୀର୍ଥ ମଧ୍ୟରେ ଧୋଇବାରୁ ଦୁଇଟି ବିନ୍ଦୁ ଭାସିଲେ ତାଙ୍କୁ ଗୋଟିଏ ମୟୂର ଜଳ ସହିତ ପାନ କରି ଦୁଇଟି ଅଣ୍ଡ ପ୍ରସବ କଲା ଅଣ୍ଡ ବଢ଼ିବାରୁ ମୟୂରୀ ଛାଡ଼ି ପଳାଇଲା ଓ ବଶିଷ୍ଟ ନିଜେ ଅଣ୍ଡ ଦୁଌଟିକୁ ପାଳିଲେ ଗୋଟିଏ ଅଣ୍ଡ ଫାଟି ଶିଶୁ ଜାତ ହୋବାରୁ ବଶିଷ୍ଠ ଶିଶୁର ନାମ ମଦନ ରାଣା ଦେଲ ଅନ୍ୟ ଅଣ୍ଡଟି ନ ପୁଟିବାରୁ ଋଷି ତାକୁ ଭାଙ୍ଗି ଦେଲେ ଓ ସେଥିରୁ ବାହାରିବା ଶିଶୁ ମୋଦକ ଭଞ୍ଜ ବୋଲାଇଲେ ଅଣ୍ଡ ସୂର୍ଯୋତ୍ତାପରେ ପକ୍ୱ ହୋଇଥିବାରୁ ଏମାନେ ସୂର୍ଯ୍ୟବଂଶୀ ନାମରେ ପରିଚିତ ହେଲେ ଭ୍ରାତୃଦ୍ୱୟଙ୍କୁ ବିଶିଷ୍ଠ ଶସ୍ତ୍ର ଓ ଶାସ୍ତ୍ରରେ ନିପୁଣ କଲେ ଏହି ଭ୍ରାତୃଦୟ ବୟଃ— ପ୍ରାପ୍ତି ପରେ ଚିତୋର ଓ ତନ୍ନିକଟବର୍ତ୍ତୀ ଦେଶ ରାଜତ୍ୱ ସ୍ଥାପନ କଲେ ପରେ କନିଷ୍ଠ ମୋଦକ ଦେଶ ତ୍ୟାଗ କରି ମୟୂରଭଞ୍ଜରେ ରାଜ୍ୟ ସ୍ଥାପନ କଲେ ସେ ସମ୍ୱଲପୁର ରାଜଜେମାଙ୍କୁ ବିବାହ କଲେ ମୟୂରଭଞ୍ଜରୁ କେତେକ ଅଂଶ ବିଚ୍ଛିନ୍ନ ହୋଇ କେନ୍ଦଝର ବୋଲାଇଲା ଓ ତହିଁରେ ଜଣେ ରାଜଭ୍ରାତା ରାଜା ହେଲେ
ବୈଦର କାଶ୍ୟପ ଗୋତ୍ରୀୟ ବ୍ରାହ୍ମଣ ରାଜ ଦୀନବନ୍ଧୁ ନନ୍ଦଙ୍କର ଔରସ ପୁତ୍ର ବିନାୟକ ନନ୍ଦଙ୍କୁ ତାଙ୍କର ପାଳିତ ସୂର୍ଯ୍ୟବଂଶୀୟ ଦୁଇଟି କ୍ଷତ୍ରିୟ କୁମାର ରଘୁନାଥ ଓ ବନମାଳୀ ବଣରେ ବଧ କଲେ ଦୀନବନ୍ଧୁ ନିଜ ପୁତ୍ରର ମରଣବାର୍ତ୍ତା ଶୁଣି ପ୍ରାଣତ୍ୟାଗ କଲେ ଓ ସନ୍ଦେହରେ ସୂର୍ଯ୍ୟବଂଶୀୟ ଏହି ଦୁଇ କୁମାରଙ୍କୁ ଅଭିଶାପ ଦେଲେ ତୁମ୍ଭ ବଂଶଧରମାନେ କଳହ କରି ରାଗଗ୍ରସ୍ତ ହୋଇ ବିନାଶ ପ୍ରାପ୍ତ ହେବେ ଜ୍ୟେଷ୍ଠ ରଘୁନାଥ ରାଜା ହେଲେ ଓ ଖିଞ୍ଜାଲି (ବର୍ତ୍ତମାନ ଘୁମସର)ର କ୍ଷୁଦ୍ର ରାଦାଙ୍କ ମଧ୍ୟରେ ବିବାହ ହେଉ ଥିବାରୁ ସେମାନଙ୍କୁ ଜୟ କରି ଖିଞ୍ଜାଲିକୁ ବୌଦ ଅନ୍ତର୍ଭୁକ୍ତ କଲେ ଖିଞ୍ଜାଲିର ଆଦିମ ଅଧିବାସୀମାନେ ଅନାର୍ଯ୍ୟ କନ୍ଧ, ଗଣ୍ଡ, ପାଣ ଆଦି ଜାତିର ଲୋକ ଥିଲେ ରଘୁନାଥ ସେମାନଙ୍କ ବିଦ୍ରୋହ ଦମନ କରି ସେଠାରେ ଶାନ୍ତି ସ୍ଥାପନ କଲେ ଓ ଗୋଟିଏ ଭଗ୍ନ ପୁରାତନ ଦୁର୍ଗ (ଗୁମା=କୁଡ଼ିଆ— ଘର, ଗଡ଼) ଓ ତହିଁର ଚତୁର୍ଦ୍ଦଗରେ (ସର=ଜଳୀ) ଜୋଡ଼ ଦେଖି ସେହିଠାରେ ଦୁର୍ଗ ନିର୍ମାଣ କଲେ (ଖ୍ରୀ. ୮୩୨: ଅଦ୍ଦ) ସେ ଗଡ଼ର ନାମ ଗୁମସର ହେଲା ବନମାଳି ଭଞ୍ଜ ରଘୁନାଥଙ୍କ ଅଧୀନରେ ସେ ରାଜ୍ୟ ପାଳିଲେ ଗୁମସର ଭଞ୍ଜବଂଶୀୟମାନେ ରଘୁନାଥ (୮୩୨: ଖ୍ରୀ) ଠାରୁ ଆରମ୍ଭ କରି ୪୯: ପୁରୁଷ ପର୍ଯ୍ୟନ୍ତ ୫୮: ଜଣ ରାଜା ଗୁମସର ଗାଦିରେ ବସିଥିଲେ ଶେଷ ରାଜା ଧନଞ୍ଜୟ ଭଞ୍ଜ (୧୮୩୨—୧୮୩୫: ) ଅଙ୍କ ସମୟରେ ଇଂରାଜୀଙ୍କଦ୍ୱାରା ରାଜ୍ୟଚ୍ୟୁତ ହୋଇ ପେନସନ୍ ପାଇଲେ ଓ Velloreରେ ରହିଲେ ବର୍ତ୍ତମାନ ଓ ଭଞ୍ଜବଂଶରେ ଲୋପ ହୋଇଅଛି ଉପେନ୍ଦ୍ର ଭଞ୍ଜ ଏହି ବଂଶର ନୀଳକଣ୍ଠ ଭଞ୍ଜ (୧୭୧: —୩)ଙ୍କ ପୁଅ ନୀଳକଣ୍ଠ ତାଙ୍କ ପିତାଙ୍କ କନିଷ୍ଠ ପୁତ୍ର ଥାଇ ସୁଦ୍ଧା କୌଶଳରେ ପିତାଙ୍କ ସିଂହାସନ ଅଧିକାର କରି ତାଙ୍କ ବଡ଼ ଭାଇ ଓ ପୁତୁରାଙ୍କୁ ବଧ କରି ନାନା ଅତ୍ୟାଚାର କରିବାରୁ
ତାଙ୍କ ଦୁଇ ପୁରୁଷ ଛଡ଼ା କକେଇ ଘନ ଭଞ୍ଜଙ୍କଦ୍ୱାରା ବିତାଡ଼ିତ ହୋଇ ଗୁମସର ପରିତ୍ୟାଗ କରି ଧରାକୋଟ ଓ ଅଠଗଡ଼ରେ ଓ ଶେଷରେ ନୂଆଡ଼ରେ ଆଶ୍ରୟ ନେଲେ ଉପ୍ରନ୍ଦ୍ର ଭଞ୍ଜ ନୀଳକଣ୍ଠଙ୍କ ପୁତ୍ର ସେ ରାମତାରକ ମନ୍ତ୍ର ସାଧନ କରି ଅସାଧାରଣ କବିତ୍ୱ ପାଇଥିଲେ
ଗଞ୍ଜାମ ପୂର୍ବେ ଚିକାକୋଲ ସର୍କାର ଅନ୍ତର୍ଗତ ଥାଇ ଫ୍ରେଞ୍ଚ୍ ମାନଙ୍କ ଅଧୀନରେ ଜଣେ ନବାବଙ୍କ ଅଧୀନରେ ଥିଲା; ପରେ ଇଂରେଜମାନେ ଗୁମସର ରାଜା ତ୍ରିବିକ୍ରମଙ୍କୁ ହଟାଇ ତାଙ୍କ ଭାଇ ଲକ୍ଷ୍ମଣଙ୍କୁ ରାଜା କଲେ ତତ୍ପରେ ଶ୍ରୀକର (୧୭୯: — ୧୮୧୯: ) ରାଜା ହେଲେ ଓ ପୁତ୍ର ଧନଞ୍ଜୟଙ୍କ ଦୌରାତ୍ମ୍ୟରେ ବିରକ୍ତ ହୋଇ ରାଜ୍ୟ ଛାଡ଼ି ତୀର୍ଥକୁ ଗଲେ ଓ ଧନଞ୍ଜୟ ରାଜା ହେଲେ ଧନଞ୍ଜୟ ଜଣେ ନରହନ୍ତା ଓ ଅତ୍ୟାଚାରୀ ଥିଲେ ଓ ମାଜିଷ୍ଟ୍ରେଟ୍ଙ୍କ ବିଚାରରେ ବନ୍ଦୀ ହୋଇ ଗଭର୍ଣ୍ଣମେଣ୍ଟରୁ ପେନସନ୍ ପାଇ ରହିଲେ ଓ ଶ୍ରୀକର ତୀର୍ଥରୁ ଫେରୀ ଆସି ପୁଣି ୧୮୧୯: ଠାରୁ ୧୮୩୨: ପର୍ଯ୍ୟନ୍ତ ରାଜା ହେଲେ ତତ୍ପରେ ବୃଦ୍ଧ ହେବାରୁ ଇଂରାଜ ସରକାରଙ୍କ ଅନୁମତି— କ୍ରମେ ଧନଞ୍ଜୟ ରାଜା ହେଲେ କିନ୍ତୁ ଇଂରେଜଙ୍କ ସଙ୍ଗେ ବିଦ୍ରୋହୀ ହୋଇ ଯୁଦ୍ଧ କରି ୧୮୩୫:ରେ ମଲେ ଓ ତତ୍ପପରେ ଏହା ଖାସ କରି ସରକାର ନେଲେ a Russel ସାହେବ କଲେକ୍ଟର ଗୁମସରର ପ୍ରଥମ ଇଂରାଜ ଶାସନକର୍ତ୍ତା ହେଲେ ତାରିଣୀଚରଣ ରଥଙ୍କ ଗୁମସର ଇତିହାସରୁ ଗୃହୀତ (ଉ. ସା. ୧୯୧୩: ) ]