ଭଟ୍ଟ
ଦେଖଣା
ଭଟ୍ଟ
ଉଚ୍ଚାରଣ
[ସମ୍ପାଦନା](ଭଟ୍ଟିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭଟ୍ ଧାତୁ=କହିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ବଂଶ— ଚରିତ କୀର୍ତ୍ତନକାରୀ; ଭାଟ; ସ୍ତୁତିପାଠକ —୧. Panegyrist; bard.
- ୨. ଗୋଟିଏ ବେଦକୁ ଆଦ୍ୟନ୍ତ କଣ୍ଠସ୍ଥ କରିଥିବା ବ୍ରାହ୍ମଣ —୨. A Brāhmaṇa who has got by heart a whole Veda.
- ୩. ପଣ୍ଡିତ —୩. A Paṇḍita.
- ୪. ଅଧ୍ୟାପକ —୪. A teacher.
- ୫. ଦର୍ଶନଶାସ୍ତ୍ରବେତ୍ତା — ୫. A philosopher.
- ୬. ସ୍ୱାମିତ୍ୱ —୬. Mastery
- ୭. ଯୋଦ୍ଧା —୭. Warrior.
(ଉ—ଉଦ୍ୟମ କଲା ସେ ରାଜନ, ସଙ୍ଗେ ଦୁର୍ଜ୍ଜୟ ଭଟ୍ଟମାନ—ଜଗନ୍ନାଥ. ଭାଗବତ)
- ୮. ସ୍ୱାମୀ; ପ୍ରଭୁ —୮. Lord; master.
[ଦ୍ରଷ୍ଟବ୍ୟ —ରାଜା ମାନଙ୍କ ପ୍ରତି ସମ୍ୱୋଧନରେ ନାଟକାଦିରେ ଏ ଶଦ୍ଦ ବ୍ୟବହୃତ ହୁଏ —Apte. ]
- ୯. ବିଦ୍ୱାନ୍ ବ୍ରାହ୍ମଣଙ୍କ ନାମ ସଙ୍ଗେ ବ୍ୟବହୃତ ଉପାଧିବିଶେଷ —୯. A title used with the name of a learned Brāhmaṇa (Apte).
- ୧. ଭାଟ ନାମକ ମିଶ୍ର ଜାତି —୧୦. A mixed caste whose occupation is that of bards or panegytrist (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଙ୍ଗୀୟ ଓ ମରହଟ୍ଟୀ ବ୍ରାହ୍ମଣଙ୍କ ବଂଶୋପାଧି —A family title of Some Bengalee or Marahattee Brāhmaṇas.