Jump to content

ଭଟ୍ଟାରିକା

ଉଇକିଅଭିଧାନ‌ରୁ

ଭଟ୍ଟାରିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଆ ଗଡ଼ଜାତ ବଡ଼ମ୍ୱାରାଜ୍ୟସ୍ଥି ମହାନଦୀ କୂଳରେ ପ୍ରତିଷ୍ଠିତା ଦୁର୍ଗ ଠାକୁରାଣୀ — The name of an idol of Durga on the bank of the Mahānadī in the feudatory State of Baṟḍ̠ambā in Orissa.

[ଦ୍ରଷ୍ଟବ୍ୟ —ମହାନଦୀରେ ନାଉରିମାନଙ୍କର ଡଙ୍ଗା ନିରାପଦରେ ଯିବା ପାଇଁ ନାଉରିମାନେ ଏ ଦେବୀଙ୍କୁ ପୂଜା ଓ ବଳି ମନାସି ଥାନ୍ତି; ଭଟ୍ଟାରିକା ଶଦ୍ଦର ପ୍ରକୃତି ପ୍ରତ୍ୟୟା ଅନୁସାରେ ଅର୍ଥ (ଭଟ୍ ଧାତୁ) ପୋଷଣ ବା ରକ୍ଷାକାରିଣୀ ଅଟେ ]

[ ଉ—ବସନ୍ତି ଉତ୍ତରତଟେ ଭଟ୍ଟାରିକା—ରାଧାନାଥ. ନନ୍ଦିକେଶ୍ୱରୀ ]

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - (ଭଟ୍ଟାରକ+ ସ୍ତ୍ରୀ. ଆ)

[ସମ୍ପାଦନା]

ଭଟ୍ଟାରକର ସ୍ତ୍ରୀଲିଙ୍ଗ —Feminine of Bhattāraka.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଉଦାରହୃଦୟା ବା ଉଚ୍ଚବଂଶୀୟା ସ୍ତ୍ରୀ —୧. A noble lady (Apte)
୨. କୌଣସି ସ୍ଥାନର ରକ୍ଷୟିତ୍ରୀ ଦେବୀ —୨. A tutelary deity (Apte)